ବେଙ୍ଗାଲୁରୁ: ବେଙ୍ଗାଲୁରୁର ଏମ.ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଖେଳାଯାଉଥିବା ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ ରୋମାଞ୍ଚକର ମୋଡ଼ରେ ପହଞ୍ଚିଯାଇଛି । ନିଜର ପ୍ରଥମ ଇନିଂସରେ ମାତ୍ର ୪୬ ରନରେ ଅଲଆଉଟ୍ ହୋଇଯାଇଥିବା ଭାରତ ନିଜର ଦ୍ବିତୀୟ ଇନିଂସରେ ୪୬୨ ରନ କରି ଅଲଆଉଟ ହୋଇଯାଇଛି । 
ଆଜି (ଶନିବାର) ଭାରତ ନିଜର ୨ୟ ଇନିଂସରେ ୩ ଓ୍ବିକେଟରେ ୨୩୧ ରନ ରୁ ଆଗକୁ ଖେଳିବା ଆରମ୍ଭ କରିଥିଲା । ଗତ କାଲି ୭୦ ରନରେ ଅପରାଜିତ ଥିବା ସରଫରାଜ ଖାଁ ନିଜର ଶତକ ପୂରଣ କରିଥିଲେ । ଶତକ ପୂରଣ କରିବା ପରେ ବି ସେ ନିଜର ବ୍ୟାଟିଂ ଜାରି ରଖି ୧୫୦ ରନ ପୂରଣ କରିଥିଲେ ଓ ସାଉଥଙ୍କ ବଲରେ ଆଉଟ ହୋଇଥିଲେ । ତାଙ୍କ ସହିତ ଏକ ଭଲ ପାର୍ଟନରସିପ୍ କରିଥିବା ଋଷଭ ପନ୍ତ ୯୯ ରନ କରି ଆଉଟ ହୋଇଥିଲେ ଓ ଅଳ୍ପକେ ଶତକରୁ ବଞ୍ଚିତ ହୋଇଥିଲେ । କିନ୍ତୁ ଋଷଭ ଆଉଟ ହେବା ପରେ ଭାରତ ପୁଣି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ପନ୍ତ ଆଉଟ ହେବା ପରେ ଭାରତର ସ୍କୋର ୪୩୩/୫ ଥିବାବେଳେ ପରବର୍ତ୍ତି ୫ ଜଣ ବ୍ୟାଟ୍ସମ୍ୟାନ ଆଉ ମାତ୍ର ୨୯ ରନ ଯୋଗ କରିପାରିଥିଲେ ।