ରାଜକୋଟ: ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ଟେଷ୍ଟ ମ୍ୟାଚରେ ୬୪୯ ରନ୍ରେ ଶୁକ୍ରବାର ପାଳି ଘୋଷଣା କରିଛି। ଭାରତ ୧୪୯.୫ ଓଭରରେ ୯ଟି ଓ୍ଵିକେଟ ହରାଇ ଏହି ରନ୍ ସଂଗ୍ରହ କରିଛି। ଟେଷ୍ଟ ମ୍ୟାଚରେ ପଦାର୍ପଣ କରିଥିବା ବ୍ୟାଟସ୍ମ୍ୟାନ ପୃଥ୍ଵୀ ସ’ଙ୍କ ଭଳି ଅଧିନାୟକ ବିରାଟ କୋହଲି(୧୩୯) ଓ ରବୀନ୍ଦ୍ର ଜାଦେଜା(୧୦୦) ମଧ୍ୟ ଶତକ ହାସଲ କରିଛନ୍ତି। ଏହି ଇନିଂସର ପ୍ରଥମ ଦିନରେ ଗୁରୁବାର ଚେତେଶ୍ୱର ପୂଜାରା ଅର୍ଦ୍ଧଶତକ ହାସଲ କରିଥିଲେ। ଋଷଭ ପନ୍ତ ୯୨ ରନ ଯୋଡିଥିଲେ। ଭାରତ ୪୭୦ ରନ୍ରେ ୫ମ ଓ୍ଵିକେଟରେ ଋଷଭ ପନ୍ତଙ୍କୁ ହରାଇଥିଲା। ୫୩୪ ରନ୍ରେ ବିରାଟ କୋହଲି, ୫୪୬ ରନ୍ରେ ରବିଚନ୍ଦ୍ରନ ଅଶ୍ୱିନ, ୫୭୧ ରନ୍ରେ କୁଲଦୀପ ଯାଦବ ଓ ୬୨୬ ରନ୍ରେ ଉମେଶ ଯାଦବଙ୍କୁ ହରାଇଥିଲା।
/sambad/media/post_attachments/wp-content/uploads/2018/10/preethiv1-1-300x168.jpeg)
ପ୍ରଥମ ଟେଷ୍ଟ ମୁକାବିଲାରେ ଭାରତ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଗୁଜୁରାଟର ରାଜକୋଟ ଷ୍ଟାଡିୟମରେ ଓପନର ଲୋକେଶ ରାହୁଲ ୪ଟି ବଲ ଖେଳି କୌଣସି ରନ ନକରି ପାଭଲିଅନ୍ ଫେରିବା ପରେ ପଡ଼ିଆକୁ ଚେତେଶ୍ୱର ପୂଜାରା (୮୬) ପ୍ରବେଶ କରିଥିଲେ। ପୂଜାରା ୧୩୦ ବଲରୁ ୧୪ଟି ଚୌକା ହାସଲ କରିଥିଲେ। ସେରମନ ଲେଓ୍ଵିସଙ୍କ ବଲ ସେନ୍ ଡୋରିଚଙ୍କୁ କ୍ୟାଚ ଦେଇଥିଲେ। ଭାରତ ପ୍ରଥମ ଓ୍ଵକେଟ ଭାବରେ ମାତ୍ର ୩ ରନ୍ରେ ଲୋକେଶ ରାହୁଲଙ୍କୁ ହରାଇବା ପରେ ପୂଜାରା ଓ ପୃଥ୍ଵୀଙ୍କ ଜୋଡି ୨ୟ ଓ୍ଵିକେଟ ପାଇଁ ୨୦୩ ରନ୍ ଭାଗିଦାରୀ ହୋଇ ପାରିଥିଲେ।
/sambad/media/post_attachments/wp-content/uploads/2018/10/Virat-Kohli-1-300x168.jpeg)
ସ୍କୋର ୨୩୨ ରନ୍ରେ ଭାରତ ୩ୟ ଓ୍ଵିକେଟରେ ପୃଥ୍ଵୀଙ୍କୁ ହରାଇଥିଲା। ଭାରତର ଅନ୍ୟତମ ଓପନ୍ର ପୃଥ୍ଵୀ ସ(୧୩୪) ୧୫୪ ବଲ ଖେଳି ୧୯ଟି ଚୌକା ହାସଲ କରିଥିଲେ। ସେ ଦେବେନ୍ଦ୍ର ବିଶୋଙ୍କ ଦ୍ୱାରା ଆଉଟ୍ ହୋଇ ପାଭଲିଅନ ଫେରିଥିଲେ। ସ୍କୋର ୩୩୭ ରନ୍ରେ ୱେଷ୍ଟଇଣ୍ଡିଜ ୪ର୍ଥ ଶିକାର ହୋଇଥିଲେ ଆଜିଙ୍କ୍ୟ ରାହାଣେ(୪୧)। ରୋଷ୍ଟନ ଚାସେଙ୍କ ବଲ ଡୋରିଚଙ୍କୁ କ୍ୟାଚ ଦେଇଥିଲେ ରାହାଣେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/1_100418013728-1.jpg)