ପ୍ରଥମ ଦିନିକିଆ ବର୍ଷା ବାଧାପ୍ରାପ୍ତ

ପ୍ରଭିଡେନ୍ସ: ଗୁରୁବାରଠାରୁ ଆରମ୍ଭ‌ ହେବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ ଶୃଙ୍ଖଳା ବର୍ଷା ବାଧାପ୍ରାପ୍ତ ହୋଇଛି। ବର୍ଷା ଏବଂ ଓଦା ପଡ଼ିଆ ପାଇଁ ପ୍ରାୟ ଦୁଇ ଘଣ୍ଟା ବିଳମ୍ବରେ ୪୧ ଓଭର ବିଶିଷ୍ଟ ମ୍ୟାଚ୍‌ ଆରମ୍ଭ ହୋଇଥିଲା। କିନ୍ତୁ ୫.୪ ଓଭର ଖେଳ ହୋଇଥିବାବେଳେ ପୁଣି ବର୍ଷା ହେବାରୁ ମ୍ୟାଚ୍‌ ଅଟକିଥିଲା। ସେତେବେଳେ ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ୱେଷ୍ଟଇଣ୍ଡିଜ୍‌ କୌଣସି ୱିକେଟ୍‌ ନ ହରାଇ ୯ ରନ୍ କରିଥିଲା। ଏହା ପରେ ମ୍ୟାଚ୍‌କୁ ୩୪ ଓଭର ବିଶିଷ୍ଟ କରାଇଥିଲା। ଶେଷ ଖବର ବେଳକୁ ଘରୋଇ ଦଳ ୧୩ ଓଭରରେ କ୍ରିସ୍‌ ଗେଲ୍‌ (୪ ରନ୍‌, ୩୧ ବଲ୍‌)ଙ୍କ ୱିକେଟ୍‌ ହରାଇ ୫୪ ରନ୍ କରିଥିଲା। ଏଭିନ୍ ଲୁଇସ୍ (୪୦, ୩୬ ବଲ) ଏବଂ ସାଇ ହୋପ୍‌ (୬ ରନ୍‌, ୧୧ ବଲ୍‌) ଅପରାଜିତ ରହିଥିଲେ। ଭୁବନେଶ୍ବର କୁମାର (୪-୧-୧୧-୦) ଏବଂ ମହମ୍ମଦ ସାମି (୩-୦-୫-୦), କୁଲ୍‌ଦୀପ୍‌ ଯାଦବ (୨-୦-୩-୧) ପ୍ରଭାବୀ ବୋଲିଂ କରିଥିଲେ। ଟ୍ବେଣ୍ଟି-୨୦ ଶୃଙ୍ଖଳାରୁ ବଞ୍ଚିତ ହୋଇଥିବା ଏକମାତ୍ର ଖେଳାଳି ଶ୍ରେୟସ ଆୟର କିନ୍ତୁ ଦିନିକିଆରେ ସୁଯୋଗ ପାଇଛନ୍ତି।
ଚୂଡାନ୍ତ ଭାରତୀୟ ଦଳ: ରୋହିତ ଶର୍ମା, ଶିଖର ଧାୱନ, ବିରାଟ କୋହଲି (ଅଧିନାୟକ), ଶ୍ରେୟସ ଆୟର, କେଦାର ଯାଦବ, ଋଷବ ପନ୍ତ୍‌, ରବୀନ୍ଦ୍ର ଜାଦେଜା, ଭୁବ‌ନେଶ୍ବର କୁମାର, କୁଲଦୀପ ଯାଦବ, ମହମ୍ମଦ ସାମି, ଖଲିଲ୍ ଅହମ୍ମଦ।

ସମ୍ବନ୍ଧିତ ଖବର