ନୂଆଦିଲ୍ଲୀ : ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଚାଲିଥିବା ଭାରତ-ଓ୍ବେଷ୍ଟଇଣ୍ଡିଜ୍ ୨ୟ ଟେଷ୍ଟର ୩ୟ ଦିନ ଖେଳ ସମାପ୍ତ ହୋଇଛି । ୩ୟ ଦିନ ଖେଳ ଶେଷ ହେବା ସୁଦ୍ଧା ଓ୍ବେଷ୍ଟଇଣ୍ଡିଜ୍ ନିଜର ୨ୟ ଇନିଂସରେ ୨ ଓ୍ବିକେଟ ହରାଇ ୧୭୩ ରନ କରିଛି । ଏହା ସହିତ ଦଳ ଭାରତଠାରୁ ଏବେ ବି ୯୭ ରନ ପଛରେ ରହିଛି । ଦଳ ପକ୍ଷରୁ ଜନ କ୍ୟାମ୍ପବେଲ ୮୭ ରନ କରି ଖେଳୁଥିବାବେଳେ ସାଇ ହୋପ୍ ୬୬ ରନ କରି ଖେଳୁଛନ୍ତି ।
ଏହା ପୂର୍ବରୁ ଆଜି ଓ୍ବେଷ୍ଟ ଇଣ୍ଡିଜ୍ ନିଜର ପ୍ରଥମ ଇନିଂସରେ ୨୪୮ ରନ କରି ଅଲଆଉଟ ହୋଇଯାଇଥିଲା ଓ ଫଲୋ-ଅନ ହୋଇ ପୁଣି ଥରେ ବ୍ୟାଟିଂ କରିଥିଲା । ପ୍ରଥମ ଇନିଂସରେ ଦଳ ପକ୍ଷରୁ ଆଲିକ୍ ଆଥାନାଜେ ୪୧ ରନ କରିଥିବାବେଳେ ସାଇ ହୋପ୍ ୩୬ ରନ କରିଥିଲେ । ଭାରତ ପକ୍ଷରୁ କୂଳଦୀପ ଯାଦବ ୫ଟି ଓ ରବୀନ୍ଦ୍ର ଜାଦେଜା ୩ଟି ଓ୍ବିକେଟ ନେଇଥିଲେ ।
ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ନିଜର ପ୍ରଥମ ଇନିଂସରେ ଭାରତ ୫୧୮ ରନ କରି ପାଳି ସମାପ୍ତି ଘୋଷଣା କରିଥିଲା । ଭାରତ ପକ୍ଷରୁ ଯଶସ୍ବୀ ଜୟସ୍ବାଲ ୧୭୫ ରନ କରିଥିବାବେଳେ ଶୁବମନ ଗିଲ୍ ୧୨୯ ରନ କରିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/10/12/indies-2025-10-12-17-13-02.png)