ଲଣ୍ଡନ: ଇଂଲଣ୍ଡରେ ଏବେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ଶୃଙ୍ଖଳା ଖେଳୁଥିବା ଭାରତୀୟ କ୍ରିକେଟ୍ ଦଳ ଆ‌ସନ୍ତାବର୍ଷ ଜୁଲାଇ ମାସରେ ପୁଣି ଥରେ ସେଠାକୁ ଗସ୍ତ କରିବ। ୨୦୨୬ ମଧ୍ୟ୍ୟଭାଗ ଅର୍ଥାତ୍ ଜୁଲାଇ ମାସରେ ଇଂଲଣ୍ଡ ଯାଇ ୫ଟି ଟ୍ବେଣ୍ଟି-୨୦ ଏବଂ ୩ଟି ଦିନିକିଆ ମ୍ୟାଚ୍ ସହ ମୋଟ ୮ଟି ଧଳା ବଲ୍ ମୁକାବିଲା ଖେଳିବ। ଟ୍ବେଣ୍ଟି-୨୦ ଶୃଙ୍ଖଳା ଜୁଲାଇ ପହିଲାରୁ ଆରମ୍ଭ ହୋଇ ଜୁଲାଇ ୧୧ରେ ଶେଷ ହେବ। ଅନ୍ୟପକ୍ଷରେ ଦିନିକିଆ ଶୃଙ୍ଖଳାର ଶୁଭାରମ୍ଭ ଜୁଲାଇ ୧୪ରେ ହେବ ଏବଂ ଶେଷ ମ୍ୟାଚ୍ ଜୁଲାଇ ୧୯ରେ ଖେଳାଯିବ। 

Advertisment

ମ୍ୟାଚ୍‌ଗୁଡ଼ିକ ଡରହାମ, ନଟିଂହାମ, ବ୍ରିଷ୍ଟଲ୍ ଓ ଲଣ୍ଡନ ଭଳି ସହରରେ ଖେଳାଯିବ। ଭାରତୀୟ ପୁରୁଷ କ୍ରିକେଟ୍ ଦଳ ଭଳି ମହିଳା ଦଳ ମଧ୍ୟ୍ୟ ଇଂଲଣ୍ଡ ଯାଇ ତିନିଟି ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିବ। ଉଭୟ ଦଳ ମଧ୍ୟ ଏକ ଟେଷ୍ଟ୍ ମ୍ୟାଚ୍ ଖେଳିବେ। ଐତିହାସିକ ଲର୍ଡସ ଷ୍ଟାଡିୟମ୍‌ର ଏହା ପ୍ରଥମ ମହିଳା ଟେଷ୍ଟ୍ ମ୍ୟାଚ୍ ହେବ। ଗୁରୁବାର ଇଂଲଣ୍ଡ ଏବଂ ୱେଲ୍‌ସ କ୍ରିକେଟ୍ ବୋର୍ଡ ପ୍ରକାଶ କରିଥିବା ସୂଚୀ ଅନୁସା‌ରେ ଭାରତ ଶୃଙ୍ଖଳା ପୂର୍ବରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ତିନିଟି ଟେଷ୍ଟ୍ ମ୍ୟାଚ୍ ଖେଳିବ ଇଂଲଣ୍ଡ। ପରେ ପାକିସ୍ତାନ ଓ ଶ୍ରୀଲଙ୍କାକୁ ଭେଟିବ। ପାକିସ୍ତାନ ବିପକ୍ଷରେ ତିନିଟି ଟେଷ୍ଟ୍ ଏବଂ ଶ୍ରୀଲଙ୍କା ବିପକ୍ଷରେ ୬ଟି ଧଳାବଲ୍ ମ୍ୟାଚ୍ ଖେଳିବ।