ଅଗଷ୍ଟରେ ଆୟର୍ଲାଣ୍ଡ ଯିବ ଭାରତ

ନୂଆଦିଲ୍ଲୀ : ଭାରତୀୟ ଦଳ ଅଗଷ୍ଟ ମାସରେ ତିନି ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳିବାକୁ ଆୟର୍ଲାଣ୍ଡ ଯିବ। କ୍ରମାଗତ ଦ୍ବିତୀୟ ବର୍ଷ ପାଇଁ ଆୟର୍ଲାଣ୍ଡ ଏହି ଶୃଙ୍ଖଳା ଆୟୋଜନ କରୁଥିବା ଶୁକ୍ରବାର ସ୍ପଷ୍ଟ କରିଛି। ଏହି ଶୃଙ୍ଖଳା ଅଗଷ୍ଟ ୧୮ରୁ ୨୩ ତାରିଖ ମଧ୍ୟରେ ଖେଳାଯିବ। ଗତବର୍ଷ ନୂଆ ଟ୍ବେଣ୍ଟି-୨୦ ଅଧିନାୟକ ହାର୍ଦିକ୍‌ ପାଣ୍ଡ୍ୟାଙ୍କ ନେତୃତ୍ବରେ ଭାରତ ମାଲାହିଦ୍‌ରେ ଆୟର୍ଲାଣ୍ଡ ସହ ୨ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳା ଖେଳିଥିଲା।

ତେବେ ଅକ୍ଟୋବର ମାସରେ ଭାରତରେ ଆୟୋଜିତ ହେବାକୁ ଥିବା ୫୦ ଓଭରିଆ ବିଶ୍ବକପ୍‌କୁ ସିଧାସଳଖ ଯୋଗ୍ୟତା ହାସଲ ପାଇଁ ଭାରତ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ପୂର୍ବରୁ ମେ’ ମାସରେ ଚେମ୍‌ସଫୋର୍ଡରେ ବାଂଲାଦେଶ ବିପକ୍ଷ ଶେଷ ଦିନିକିଆ ଆନ୍ତର୍ଜାତିକ ସୁପର ସିରିଜ୍‌ ଖେଳିବାର ଯୋଜନା ରଖିଛି ଆୟର୍ଲାଣ୍ଡ। ବାଂଲାଦେଶ ବିପକ୍ଷ ଦିନିକିଆ ଶୃଙ୍ଖଳାକୁ ଯଦି ୩-୦ରେ ଜିତି ନିଏ ତାହାଲେ ସୁପର ଲିଗ୍‌ରେ ଅଷ୍ଟମ ସ୍ଥାନ ସହ ଦିନିକିଆ ବିଶ୍ବକପ୍‌ ଯୋଗ୍ୟତା ହାତେଇ ପାରିବ।

ସମ୍ବନ୍ଧିତ ଖବର