ନୂଆଦିଲ୍ଲୀ: ପାକିସ୍ତାନରେ ଚାମ୍ପିୟନ୍ସ ଟ୍ରଫି ଖେଳିବନି ଭାରତ। ହାଇବ୍ରିଡ୍ ମଡେଲରେ ଦୁବାଇରେ ଚାମ୍ପିୟନ୍ସ ଟ୍ରଫି ମ୍ୟାଚ ଖେଳିବ ଟିମ୍ ଇଣ୍ଡିଆ। ହାଇବ୍ରିଡ୍ ମଡେଲ ଆୟୋଜନ ନେଇ ଆଇସିସି ମଞ୍ଜୁର ଦେଇଛି । ଅର୍ଥାତ ଏବେ ଟୁର୍ଣ୍ଣାମେଣ୍ଟ ଉଭୟ ପାକିସ୍ତାନ ଓ ଦୁବାଇରେ ଖେଳାଯିବ।
ଉଭୟ ବିସିସିଆଇ ଓ ପିସିବି ମଧ୍ୟରେ ଏହାକୁ ନେଇ ସହମତି ହୋଇଛି। ଚାମ୍ପିୟନ୍ସ ଟ୍ରଫିର ୧୦ଟି ମ୍ୟାଚ ପାକିସ୍ତାନରେ ଖେଳାଯିବ। ଲିଗ୍ ଷ୍ଟେଜରେ ଭାରତ ତା’ର ତିନୋଟି ମ୍ୟାଚ୍ ଦୁବାଇରେ ଖେଳିବ। ଏହାବ୍ୟତୀତ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ ଓ ଫାଇନାଲ୍ ମଧ୍ୟ ଦୁବାଇରେ ଖେଳିବ ଭାରତ । ଯଦି ଭାରତ ନକଆଉଟ୍ ପର୍ୟ୍ୟାୟରୁ ବାଦ ପଡ଼େ, ତାହେଲେ ସେମିଫାଇନାଲ ଓ ଫାଇନାଲ ଯଥାକ୍ରମେ ଲାହୋର ଓ ରାୱଲପିଣ୍ଡିରେ ଖେଳାଯିବ।
ଭାରତ ନଖେଳିବା ପାକିସ୍ତାନକୁ ହେବାକୁଥିବା କ୍ଷତିର ଆଇସିସି ଭରଣ କରିବ ନାହିଁ ବୋଲି ସୂଚନା ମିଳିଛି। ସେହିପରି ୨୦୨୬ରେ ହେବାକୁଥିବା ଟି-୨୦ ବିଶ୍ବକପ୍ ଖେଳିବାକୁ ଭାରତ ଆସିବନି ପାକିସ୍ତାନ । ପାକିସ୍ତାନ ତା’ର ସବୁ ମ୍ୟାଚ ଶ୍ରୀଲଙ୍କାର କଲମ୍ବୋରେ ଖେଳିବାକୁ ଦାବି କରିଛି । ତେବେ ଟି-୨୦ ବିଶ୍ବକପର ନକଆଉଟ ମ୍ୟାଚ କେଉଁଠି, ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2024/12/14/4ZMc9OaDVqiN1y3zTHrs.jpg)