କିଙ୍ଗସ୍‌ କପ୍‌ରେ ଖେଳିବ ଭାରତ

ନୂଆଦିଲ୍ଲୀ: ଭାରତୀୟ ଫୁଟ୍‌ବଲ୍‌ ଦଳ ଆସନ୍ତା ଜୁନ୍‌ ମାସରେ ଆମନ୍ତ୍ରିତ କିଙ୍ଗ୍‌ସ କପ୍‌ରେ ଖେଳିବ। ଯାହାକି ୧୮ ବର୍ଷ ପରେ ଭାରତ ପ୍ରଥମ ଥର ଲାଗି ଫିଫା ମାନ୍ୟତା ପ୍ରତିଯୋଗିତା ଖେଳିବାକୁ ଯାଉଛି। ୨୦୦୧ରେ ଶେଷ ଥର ଲାଗି ଭାରତ କୁଆଲାଲମ୍ପୁରରେ ଆୟୋଜିତ ମେର୍ଡେକା ପ୍ରତିଯୋଗିତାରେ ଖେଳିଥିଲା। ୪ ଦଳକୁ ନେଇ ଆୟୋଜିତ ହେବାକୁ ଥିବା କିଙ୍ଗ୍ସ କପ୍‌ରେ ଭାରତ (୧୦୧) ଓ ଆୟୋଜକ ଥାଇଲାଣ୍ଡ (୧୧୪) ସହ ଭିଏତନାମ (୯୮) ଏବଂ କୁରାକାଓ (୮୨) ଅଂଶଗ୍ରହଣ କରିବେ। ଥାଇଲାଣ୍ଡର ବୁରିରାମସ୍ଥିତ ଚାଙ୍ଗ ଏରିନାରେ ସମସ୍ତ ମ୍ୟାଚ୍‌ ଖେଳାଯିବ। ୧୯୬୮ରୁ ଥାଇଲାଣ୍ଡ ଏହି ପ୍ରତିଯୋଗିତାକୁ ଆୟୋଜନ କରିଆସୁଥିଲା ବେଳେ ଭାରତ ଶେଷ ଥର ଲାଗି ୧୯୭୭ରେ ଏଠାରେ ଖେଳିଥିଲା। ଏହି ପ୍ରତିଯୋଗିତାକୁ ଫିଫା ଏ’ ମାନ୍ୟତା ମିଳିଛି। ଜୁନ୍‌ ୫ ତାରିଖରେ ଦୁଇଟି ମ୍ୟାଚ୍‌ ଖେଳାଯିବାକୁ ଥିଲା ବେଳେ ଏହାର ଦୁଇ ବିଜୟୀ ଦଳ ଫାଇନାଲ୍‌କୁ ଉନ୍ନୀତ ହେବେ। ପରାଜିତ ଦଳ ତୃତୀୟ ସ୍ଥାନ ପାଇଁ ଖେଳିବେ।

ସମ୍ବନ୍ଧିତ ଖବର