ମାଉଣ୍ଟ୍ ମଂଗୁଇ (ନ୍ୟୁଜିଲାଣ୍ଡ୍): ସ୍ପିନରଙ୍କ କମାଲ୍ ପରେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶୁଭମ୍ ଗିଲ୍ ଓ ହାର୍ଦିକ୍ ଦେଶାଇଙ୍କ ଦମ୍ଦାର ଅର୍ଧଶତକ ବଳରେ ଭାରତ ଚଳିତ ଯୁବ (୧୯ ବର୍ଷରୁ କମ୍) ବିଶ୍ୱକପ୍ କ୍ରିକେଟ୍ର ଶେଷ ଲିଗ୍ ମ୍ୟାଚ୍ରେ ଜିମ୍ବାେଓ୍ଵକୁ ୧୦ ଓ୍ଵିକେଟ୍ରେ ପରାସ୍ତ କରି ଅପରାଜେୟ ଧାରାକୁ ଆଗେଇ ନେଇଛି। ଆଉ ଏହି ବିଜୟ ପରେ ଭାରତ ମଧ୍ୟ ନିଜ ଗ୍ରୁପ୍ରେ ପ୍ରଥମ ସ୍ଥାନ ସହ କ୍ୱାର୍ଟର ଫାଇନାଲ୍ ପ୍ରବେଶ କରିଛି। ଆସନ୍ତା ୨୬ ତାରିଖ କ୍ୱାର୍ଟର ଫାଇନାଲ୍ରେ ଭାରତର ମୁକାବିଲା ବାଂଲାଦେଶ ସହ ହେବ।
ଶୁକ୍ରବାର ଟସ୍ ଜିତି ଜିମ୍ବାେଓ୍ଵ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ହେଲେ ଅନୁକୂଳ ରାୟ, ଅଭିଷେକ ଶର୍ମା ଓ ଅର୍ଶଦୀପ୍ ସିଂହଙ୍କ ସ୍ପନ୍ ଜାଲରେ ଛନ୍ଦି ହୋଇ ଜିମ୍ବାେଓ୍ଵ ନିୟମିତ ଅନ୍ତରାଳରେ ଓ୍ଵିକେଟ୍ ହରାଇ ଚାଲିଥିଲା। ଅନୁକୂଳ (୭.୧-୧-୨୦-୪), ଅଭିଷେକ (୬-୦-୨୨-୨) ଏବଂ ଅର୍ଶଦୀପ୍ (୭-୦-୧୦-୨) ଜିମ୍ବାେଓ୍ଵ ବ୍ୟାଟ୍ସମ୍ୟାନ୍ଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇଥିଲେ। ଫଳରେ ଜିମ୍ବାେଓ୍ଵ ୪୮.୧ ଓଭରରେ ୧୫୪ ରନ୍ କରି ସମସ୍ତ ଓ୍ଵିକେଟ୍ ହରାଇଥିଲା। ଭାରତ ପାଇଁ ଅବଶିଷ୍ଟ ଦୁଇଟି ଓ୍ଵିକେଟ୍ ଶିବମ୍ ମାଭି ଓ ର୍ୟାନ୍ ପରାଗ ପାଇଥିଲେ। ଅନ୍ୟତମ ସ୍ପିନର ଶିବ ସିଂହ ଓ୍ଵିକେଟ୍ ପାଇନଥିଲେ ମଧ୍ୟ କଞ୍ଜୁସ୍ ବୋଲିଂ କରି ୮ ଓଭରରେ ୧୬ ରନ୍ ଦେଇଥିଲେ। ଜିମ୍ବାେଓ୍ଵ ପକ୍ଷରୁ ମାଧେଭେରେ (୩୦), ମେୟର୍ସ (୧୦), ସୁମ୍ବା (୩୬), ଅଧିନାୟକ ରୋଚେ (୩୧) ଓ ନେନ୍ହୁନ୍ଜି (୧୪) ଦୁଇ ଅଙ୍କ ଛୁଇଁଥିଲେ। ଜବାବରେ ପ୍ରାରମ୍ଭିକ ଯୋଡ଼ି ହାର୍ଭିକ୍ ଦେଶାଇ ଓ ଶୁଭମ୍ ଗିଲ୍ ଆରମ୍ଭରୁ ଆକ୍ରମଣ କରି ଜିମ୍ବାେଓ୍ଵ ବୋଲରଙ୍କୁ ନିରାଶ କରିଥିଲେ। ଶୁଭମ୍ ଗୋଟିଏ ପଟେ ବିସ୍ଫୋରକ ବ୍ୟାଟିଂ କରି ଅର୍ଧଶତକ ପୂରଣ କରିନେଇଥିଲା ବେଳେ ଦେଶାଇ ଧୈର୍ଯ୍ୟପୂର୍ଣ୍ଣ ପାଳି ଖେଳିଥିଲେ। ଦେଶାଇ ୭୩ ବଲ୍ରୁ ୮ ଚୌକା ଓ ୧ ଛକା ବଳରେ ୫୬ ରନ୍ କରିଥିଲା ବେଳେ ୩୬ ବଲ୍ରୁ ଅର୍ଧଶତକ ପୂରଣ କରିନେଇଥିବା ଶୁଭମ୍ ୫୯ ବଲ୍ରୁ ୧୪ ଚୌକା ଓ ୧ ଛକା ସହାୟତାରେ ୯୦ ରନ୍ କରିଥିଲେ। ଦୁହେଁ ଅପରାଜିତ ରହି ଭାରତକୁ ୨୧.୪ ଓଭରରେ ୧୦ ଓ୍ଵିକେଟ୍ର ବିଜୟ ଭେଟି ଦେଇଥିଲେ। ଏହି ବିଶ୍ୱକପ୍ରେ ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ଶତକ ଜମାଇଥିବା ଶୁଭମ୍ ଦ୍ୱିତୀୟ ଥର ପାଇଁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ଜିମ୍ବାେଓ୍ଵକୁ ୧୦ ଓ୍ଵିକେଟ୍ରେ ଦଳିଲା ଭାରତ
ଯୁବ ବିଶ୍ୱକପ୍ କ୍ରିକେଟ୍
/sambad/media/post_attachments/wp-content/uploads/2018/01/page_1_Shubman-Gill-hits-out.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)