ସୋଫିଆ: ବାଲ୍କାନ୍ ଅନ୍ତର୍ଜାତୀୟ ମୁଷ୍ଟିଯୁଦ୍ଧରେ ଭାରତକୁ ୪ ସ୍ୱର୍ଣ୍ଣ, ୧ ରୌପ୍ୟ ଏବଂ ୩ କାଂସ୍ୟ ସହ ୮ ପଦକ ମିଳିଛି। ଭାରତରୁ ୧୦ ଜଣ ଅଂଶ ଗ୍ରହଣ କରିଥିଲା ବେଳେ ୮ ଜଣ ପଦକ ଜିତିବାରେ ସଫଳ ହୋଇଥିଲେ। ୪୮ କିଲୋରେ ନୀତୁ ୫-୦ରେ ବୁଲଗେରିଆର ଏମି-ମାରି ତୋଦୋରୋଭାଙ୍କୁ, ୫୭ କିଲୋରେ ଶଶି ଇଟାଲିର ଜିଓର୍ଦାନାଙ୍କୁ, ୫୪ କିଲୋରେ ସାକ୍ଷୀ ଇଟାଲିର ବାଇନକାମାରିଆଙ୍କୁ, ୮୧ କିଲୋରୁ ଅଧିକରେ ନେହା ଯାଦବ ୩-୨ରେ ହଙ୍ଗେରିର ଆଦ୍ରିନେ ଜୁହାସ୍ଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଥିଲେ। ତେବେ ୬୪ କିଲୋ ଫାଇନାଲ୍ରେ ଅଙ୍କୁଶିତା ଇଟାଲିର ରେବିକା ନିକୋଲୋଙ୍କଠୁ ହାରି ରୌପ୍ୟରେ ସନ୍ତୁଷ୍ଟ ହୋଇଥିଲେ। ଜୟ କୁମାରୀ (୫୪), ଅନୁପମା (୮୧) ଏବଂ ସପ୍ନା (୭୫) ସେମିଫାଇନାଲ୍ରେ ପହଞ୍ଚି କାଂସ୍ୟ ପଦକ ଜିତିଥିଲେ।
ବାଲ୍କାନ ମୁଷ୍ଟିଯୁଦ୍ଧ ଭାରତକୁ ୮ ପଦକ
/sambad/media/post_attachments/wp-content/uploads/2017/10/618844-538137-boxing-getty-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)