ବେଙ୍ଗାଲୁରୁ: ନ୍ୟୁଜିଲାଣ୍ଡ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ହକି ଶୃଙ୍ଖଳାକୁ ଭାରତ ୩-୦ରେ ପୋଛି ନେଇଛି। ପ୍ରଥମ ମ୍ୟାଚ୍କୁ ୪-୨ ଏବଂ ଦ୍ୱିତୀୟକୁ ୩-୧ରେ ଜିତିଥିବା ଭାରତ ରବିବାର ଶେଷ ମ୍ୟାଚ୍ରେ ୪-୦ର ସହଜ ବିଜୟ ହାସଲ କରିଛି। ଏସୀୟ କ୍ରୀଡ଼ା ପୂର୍ବରୁ ଅଧିକ ଅଭ୍ୟାସ ଲାଗି ଏହି ଶୃଙ୍ଖଳା ଆୟୋଜିତ ହୋଇଥିଲା। ଯାହାକୁ ଭାରତ ସହଜରେ ଜିତି ଏସୀୟ କ୍ରୀଡ଼ା ପୂର୍ବରୁ ମନୋବଳ ଦୃଢ଼ କରିନେଇଛି। ରବିବାର ମ୍ୟାଚ୍ର ଅଷ୍ଟମ ମିନିଟ୍ରେ ରୂପିନ୍ଦର ପାଲ ସିଂହ ଘରୋଇ ଦଳ ପାଇଁ ଗୋଲ୍ ଅଭିଯାନ ଆରମ୍ଭ କରିଥିଲେ। ସୁରେନ୍ଦର କୁମାର (୧୫ ମିନିଟ୍) ଆଉ ଏକ ଗୋଲ୍ ଦେଇ ଅତିଥି ଦଳକୁ ପ୍ରଥମ କ୍ୱାର୍ଟର୍ ସୁଦ୍ଧା ପଛରେ ପକାଇ ଦେଇଥିଲେ। ତୃତୀୟ କ୍ୱାର୍ଟର୍ରେ ମନ୍ଦୀପ ସିଂହ (୪୪ ମିନିଟ୍) ଗୋଲ୍ ଦେଇ ଭାରତକୁ ୩-୦ରେ ଆଗୁଆ କରିଥିଲେ। ଶେଷ ମିନିଟ୍ରେ ଆକାଶଦୀପ ସିଂହ (୬୦ ମିନିଟ୍) ଗୋଲ୍ ଦେଇ ଭାରତକୁ ସହଜ ବିଜୟ ଉପହାର ଦେଇଥିଲେ।
ଶୃଙ୍ଖଳା ପୋଛିନେଲା ଭାରତ, ନ୍ୟୁଜିଲାଣ୍ଡ ୦-୪ରେ ହାରିଲା
/sambad/media/post_attachments/wp-content/uploads/2018/07/12-Hockey.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)