ନୂଆଦିଲ୍ଲୀ: ଭାରତୀୟ ୨୩ ବର୍ଷରୁ କମ୍ ମହିଳା ଦଳ ଏମଜିଂ ଏସିଆ କପ୍ ଟ୍ବେଣ୍ଟି-୨୦ରେ ବିଜେତା ହୋଇଛି। ହଂକଂରେ ଆୟୋଜିତ ଏହି ପ୍ରତିଯୋଗିତାର ବୁଧବାର ଖେଳାଯାଇଥିବା ଫାଇନାଲ୍ରେ ଭାରତ ୩୧ ରନ୍ର ବାଂଲାଦେଶକୁ ପରାସ୍ତ କରିଛି। ସ୍ପିନ୍ ଯୋଡ଼ି ଶ୍ରେୟଙ୍କା ପାଟିଲ (୪-୦-୧୩-୪) ଓ ମନ୍ନତ କାଶ୍ୟପ (୪-୦-୨୦-୩)ଙ୍କ ଚମତ୍କାର ବୋଲିଂ କରି ଭାରତକୁ ବିଜୟ ଭେଟି ଦେଇଥିଲେ। ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ଭାରତ ୭ ୱିକେଟ୍ ହରାଇ ୧୨୭ ରନ୍ କରିଥିଲା। ଦଳ ପକ୍ଷରୁ ଦିନେଶ ଭ୍ରିଣ୍ଡା ୩୬, କନିକା ଆହୁଜା ୩୦ ଓ ୟୁ ଚେତ୍ରୀ ୨୨ ରନ୍ କରିଥିଲେ। ଜବାବରେ ଭାରତୀୟ ବୋଲିଂକୁ ସାମ୍ନା କରିନପାରି ବାଂଲାଦେଶ ୧୯.୨ ଓଭରରେ ସମସ୍ତ ୱିକେଟ୍ ହରାଇ ୯୬ ରନ୍ କରିବାକୁ ସକ୍ଷମ ହୋଇଥିଲା। କନିକା ଆହୁଜା ଫାଇନାଲ୍ର ଏବଂ ଶ୍ରେୟଙ୍କା ପାଟିଲ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ସଂକ୍ଷିପ୍ତ ସ୍କୋର୍: ଭାରତ ୨୦ ଓଭରରେ ୧୨୭/୭ (ଦିନେଶ ଭ୍ରିଣ୍ଡା ୩୬, କନିକା ଆହୁଜା ୩୦, ୟୁ ଚେତ୍ରୀ ୨୨, ନାହିଦା ଅଖତାର ୨/୧୩, ସୁଲତାନ ଖାତୁନ ୨/୩୦)। ବାଂଲାଦେଶ ୧୯.୨ ଓଭରରେ ୯୬/୧୦ (ନାହିଦା ଅଖ୍ତାର ୧୭*, ସୋଭନା ମୋସ୍ତାରି ୧୬, ଶ୍ରେୟଙ୍କା ପାଟିଲ ୪/୧୩, ମନ୍ନତ କାଶ୍ୟପ ୩/୨୦, କନିକା ଆହୁଜା ୨/୨୩)।