୨ୟ ଟି-୨୦ : ନ୍ୟୁଜିଲାଣ୍ଡକୁ ୭ ଓ୍ବିକେଟରେ ହରାଇଲା ଭାରତ

ରାଞ୍ଚି : ୨ୟ ଟି-୨୦ରେ ନ୍ୟୁଜିଲାଣ୍ଡକୁ ୭ ଓ୍ବିକେଟରେ ପରାସ୍ତ କରିଛି ଟିମ ଇଣ୍ଡିଆ । ଏହା ସହିତ ଭାରତ ସିରିଜକୁ ଜିତି ନେଇଛି । ଏହି ସିରିଜ ବିଜୟ ଦ୍ବାରା ଭାରତ ନିଜର ବିଶ୍ବକପ ପରାଜୟ ଜନିତ ଗ୍ଲାନିକୁ କିଛିଟା ଲାଘବ କରିବାରେ ସକ୍ଷମ ହୋଇଛି ।

ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଭାରତ ଆଗରେ ୧୫୪ ରନର ବିଜୟ ଲକ୍ଷ୍ୟ ରଖିଥିଲା । ଏହି ଲକ୍ଷ୍ୟକୁ ଭାରତ ୧୭.୨ ଓଭରରେ ୩ ଓ୍ବିକେଟ ହରାଇ ହାସଲ କରିନେଇଥିଲା । ଭାରତର ୨ ଓପନ ରୋହିତ ଶର୍ମା ଓ କେଏଲ ରାହୁଲ ଲଢୁଆ ବ୍ୟାଟିଂ କରି ଦଳର ବିଜୟକୁ ସହଜ କରିଦେଇଥିଲେ । ରୋହିତ ୫୫ ଓ ରାହୁଲ ୬୫ ରନ କରିଥିଲେ ।

ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୫୩ ରନ କରିଥିଲା । ନ୍ୟୁଜିଲାଣ୍ଡର ଦୁଇ ଓପନର ମାର୍ଟିନ ଗୁପ୍ତିଲ ଓ ଡାରିଲ ମିଚେଲ ୩୧ ରନ ଲେଖାଏଁ କରିଥିଲେ । ଗ୍ଲେନ ଫିଲିପ୍ସ ୩୪ ରନ ଓ ମାର୍କ ଚାପମ୍ୟାନ ୨୧ ରନ କରିଥିଲେ ।

ସମ୍ବନ୍ଧିତ ଖବର