ଲଣ୍ଡନ : କେନିଙ୍ଗଟନ ଓଭାଲ ଟେଷ୍ଟରେ ଭାରତର ଐତିହାସିକ ବିଜୟ ହାସଲ କରିଛି । ଏକ ରୋମାଞ୍ଚକର ମ୍ୟାଚରେ ଭାରତ ଇଂଲଣ୍ଡକୁ ୬ ରନରେ ପରାସ୍ତ କରିଛି । ଏହା ସହିତ ୫ ଟିକିଆ ସିରିଜ ୨-୨ରେ ଡ୍ର ହୋଇଛି ।
ଆଜି ଥିଲା ମ୍ୟାଚର ୫ମ ତଥା ଶେଷ ଦିନ । ଶେଷ ଦିନରେ ବିଜୟ ପାଇଁ ଇଂଲଣ୍ଡ ୩୫ ରନ ଆବଶ୍ୟକ ଥିବାବେଳେ ଭାରତ ୪ଟି ଓ୍ବିକେଟ ଆବଶ୍ୟକ କରୁଥିଲା । କିନ୍ତୁ ଆଜି ଭାରତୀୟ ବୋଲରମାନେ ଚମତ୍କାର ବୋଲିଂର ପ୍ରଦର୍ଶନ କରି ଇଂଲଣ୍ଡର ଅବଶିଷ୍ଟ ୪ଟି ଓ୍ବିକେଟ ଖସାଇବାରେ ସକ୍ଷମ ହୋଇଥିଲେ । ୩୫୭ ରନରେ ଇଂଲଣ୍ଡ ୯ଟି ଓ୍ବିକେଟ ହରାଇସାରିଥିବାବେଳେ ବ୍ୟାଟିଂ କରିବାକୁ ଆସିଥିଲେ ଆହତ କ୍ରିସ ଓକସ୍ । କାନ୍ଧରେ ଆଘାତ ଲାଗିଥିବାରୁ ତାଙ୍କର ଗୋଟିଏ ହାତ ବ୍ୟାଣ୍ଡେଜ ହୋଇଥିଲା। ଏହା ସତ୍ତ୍ବେ ସେ ବ୍ୟାଟିଂ କରିବାକୁ ଆସିଥିଲେ । ଇଂଲଣ୍ଡ ଆଉ ୧୭ ରନ ଆବଶ୍ୟକ କରୁଥିବାବେଳେ ଗସ ଅଟକିନ୍ସନ ଗୋଟିଏ ଛକା ମାରି ମ୍ୟାଚର ରୋମାଞ୍ଚ ବଢାଇଦେଇଥିଲେ । ତେବେ ଇଂଲଣ୍ଡ ଆଉ ୭ ରନ ଆବଶ୍ୟକ କରୁଥିବାବେଳେ ସେ ମହମ୍ମଦ ସିରାଜଙ୍କ ବଲରେ ବୋଲ଼ଡ୍ ହୋଇଥିଲେ । ଏହା ସହିତ ଭାରତ ବିଜୟୀ ହୋଇଥିଲା । ଭାରତ ପକ୍ଷରୁ ସିରାଜ ୫ଟି ଓ ପ୍ରସିଦଧ କ୍ରିଷ୍ଣା ୪ଟି ଓ୍ବିକେଟ ନେଇଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/08/04/gxglowaakaayrya-2025-08-04-16-43-14.jpg)