ବର୍ମିହାଂମ : ବର୍ମିଂହାମ ଟେଷ୍ଟରେ ଭାରତ ୩୩୬ ରନରେ ବିଜୟୀ ହୋଇଛି । ୬୦୮ ରନ ଲକ୍ଷ୍ୟ ଜବାବରେ ଇଂଲଣ୍ଡ ୨୭୧ ରନ କରି ଅଲଆଉଟ ହୋଇଯାଇଥିଲା । ଇଂଲଣ୍ଡ ପକ୍ଷରୁ ପ୍ରଥମ ଇନିଂସରେ ଶତକ ଅର୍ଜନ କରିଥିବା ଜେମି ସ୍ମିଥ ସର୍ବାଧକ ୮୮ ରନ କରିଥିଲେ । ସେହିପରି ବ୍ରାଇଡନ କାର୍ସେ ୩୮ ରନ, ବେନ ଷ୍ଟୋକ୍ସ ୩୩ ରନ କରିଥିଲେ । ସେହିପରି ବେନ ଡକେଟ୍ ୨୫ ରନ  ଓ ଓଲିପୋପ ୨୪ ରନ କରିଥିଲେ । ଭାରତ ପକ୍ଷରୁ ଆକାଶ ଦୀପ୍ ଘାତକ ବୋଲିଂ କରି ଇଂଲଣ୍ଡର ୬ ଜଣ ବ୍ୟାଟ୍ସମ୍ୟାନଙ୍କୁ ପାଭିଲିୟନ ଫେରାଇଥିଲେ । ସେହିପରି ପ୍ରସିଦ୍ଧ କ୍ରିଷ୍ଣା, ମହମ୍ମଦ ସିରାଜ, ରବୀନ୍ଦ୍ର ଜାଦେଜା ଓ ଓ୍ବାସିଂଟନ ସୁନ୍ଦର ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ । 
ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିଥିଲା । ଭାରତ ନିଜର ପ୍ରଥମ ଇନିଂସରେ ୫୮୭ ରନ କରିଥିବାବେଳେ ଇଂଲଣ୍ଡ ନିଜର ପ୍ରଥମ ଇନିଂସରେ ୪୦୭ ରନ କରିଥିଲା । ଏହା ପରେ ଭାରତ ନିଜର ୨ୟ ଇନିଂସରେ ଶୁବମନ ଗିଲଙ୍କ ଶତକ ବଳରେ ୪୨୭ ରନ କରିଥିଲା ଓ ଇଂଲଣ୍ଡ ଆଗରେ ୬୦୮ ରନର ଏକ ବିଶାଳ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା ।