ଚେନ୍ନାଇ: ଭାରତୀୟ ସ୍କ୍ବାସ୍ ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ପ୍ରଥମ ଥର ପାଇଁ ଭାରତୀୟ ଦଳ ସ୍କ୍ବାସ୍ ବିଶ୍ବକପ୍ ଜିତି ଐତିହାସିକ ସଫଳତା ପାଇଛି। ଭାରତ ଫାଇନାଲ୍ରେ ହଂକଂ ଚୀନକୁ ହରାଇ ଏହି ଗୌରବ ଅର୍ଜନ କରିଛି। ଚେନ୍ନାଇରେ ଖେଳାଥିବା ଏହି ପ୍ରତିଯୋଗିତାରେ ଭାରତ ସେମିଫାଇନାଲ୍ରେ ଦୁଇ ଥର ବିଜେତା ଇଜିପ୍ଟକୁ ୩-୦ରେ ହରାଇଥିଲା। ଅନ୍ୟ ସେମିଫାଇନାଲ୍ରେ ହଂକଂ ଚୀନ୍ ଅନ୍ୟତମ ଏସୀୟ ଦେଶ ଜାପାନକୁ ପରାସ୍ତ କରିଥିଲା। ଫାଇନାଲ୍ରେ ବିଶ୍ବର ପୂର୍ବତନ ୧୦ ନମ୍ବର ଭାରତୀୟ ଖେଳାଳି ଜ୍ୟୋସ୍ନା ଚିନ୍ନାପ୍ପା ପ୍ରତିପକ୍ଷ କା ୟି ଲି’ଙ୍କୁ ୭-୩, ୨-୭, ୭-୫, ୭-୧ରେ ପରାସ୍ତ କରିବା ପରେ ଅଭୟ ସିଂହ ମାତ୍ର ୧୯ ମିନିଟ୍ରେ ଆଲେକ୍ସ ଲିୟୁଙ୍କୁ ୭-୧, ୭-୪, ୭-୪ରେ ହରାଇଦେଇଥିଲେ।
Farmers: ଧାନ ମଣ୍ଡି ଖୋଲିବାରେ ବିଳମ୍ବ, ଦଲାଲ୍ଙ୍କ ଟାର୍ଗେଟରେ ଚାଷୀ
ଏହା ପରେ ୧୭ ବର୍ଷୀୟା ଅନାହତ ସିଂହ ମଧ୍ୟ ୩ ଗେମ୍ରେ (୭-୨, ୭-୨, ୭-୫) ତୋମାତୋ ହୋଙ୍କୁ ମାତ୍ ଦେଇଥିଲେ। ଏଥି ସହିତ ଅଷ୍ଟ୍ରେଲିଆ, ଇଜିପ୍ଟ, ଇଂଲଣ୍ଡ ଓ ପାକିସ୍ତାନ ପରେ ଭାରତ ବିଶ୍ବର ପଞ୍ଚମ ରାଷ୍ଟ୍ର ଭାବେ ବିଶ୍ବ ଦଳଗତ ପ୍ରତିଯୋଗିତା ଜିତିଛି। ପୂର୍ବରୁ ଭାରତ ଗ୍ରୁପ୍ ପର୍ଯ୍ୟାୟରେ ସ୍ବିଜରଲାଣ୍ଡ୍ ଓ ବ୍ରାଜିଲ୍କୁ ହରାଇବା ପରେ କ୍ବାର୍ଟରଫାଇନାଲ୍ରେ ଦକ୍ଷିଣ ଆଫ୍ରିକାକୁ ୩-୦ରେ ମାତ୍ ଦେଇଥିଲା। ସ୍କ୍ବାସ୍ ବିଶ୍ବକପ୍ ଇତିହାସରେ ଭାରତର ପୂର୍ବ ଶ୍ରେଷ୍ଠ ପ୍ରଦର୍ଶନ ୨୦୨୩ରେ ଆସିଥିଲା। ସେହି ଚେନ୍ନାଇରେ ଅନୁଷ୍ଠିତ ଏହି ମର୍ଯ୍ୟାଦାଜନକ ପ୍ରତିଯୋଗିତାର ସେମିଫାଇନାଲ୍ରେ ମାଲେସିଆଠାରୁ ହାରି କାଂସ୍ୟରେ ସନ୍ତୁଷ୍ଟ ହୋଇଥିଲା ଭାରତ। ରବିବାରର ବିଜୟ ପରେ ଜ୍ୟୋସ୍ନା ଏହାକୁ ‘ବଡ଼ ଉପଲ୍ବଧି ଓ ସ୍ବତନ୍ତ୍ର’ ଦର୍ଶାଇଥିବାବେଳେ ଅଭୟ କହିଛନ୍ତି ‘ଅବିଶ୍ବସନୀୟ’।
CJI: ନ୍ୟାୟ ପ୍ରଦାନ ସୁନିଶ୍ଚିତ କରିବା ପାଇଁ ମଧ୍ୟସ୍ଥତା ପ୍ରଭାବଶାଳୀ ମାଧ୍ୟମ: ସିଜେଆଇ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/15/fhshfsxbbvbvv-2025-12-15-00-27-51.jpg)