୩ୟ ଟି୨୦ : ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଭାରତ

କଲମ୍ବୋ : କଲମ୍ବୋର ଆର.ପ୍ରେମଦାସା ଷ୍ଟାଡିୟମଠାରେ ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ୩ୟ ତଥା ନିର୍ଣ୍ଣାୟକ ଟି-୨୦ ଅନୁଷ୍ଠିତ ହେଉଛି । ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ।

ଚଳିତ ସିରିଜର ପ୍ରଥମ ମ୍ୟାଚରେ ଭାରତ ଶ୍ରୀଲଙ୍କାକୁ ୩୮ ରନରେ ପରାସ୍ତ କରିଥିଲା । ସେହିପରି ୨ୟ ଟି-୨୦ରେ ଶ୍ରୀଲଙ୍କା ଭାରତକୁ ୪ ଓ୍ବିକେଟରେ ପରାସ୍ତ କରିଥିଲା । ଫଳରେ ଏହି ମ୍ୟାଚର ଗୁରୁତ୍ବ ବଢିଯାଇଛି । ଆଜିର ମ୍ୟାଚ ସିରିଜ ବିଜେତା ନିର୍ଦ୍ଧାରଣ କରିବ ।

ଆଜିର ମ୍ୟାଚ ପାଇଁ ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି । ନବଦୀପ ସାଇନିଙ୍କ ସ୍ଥାନରେ ସଂଦୀପ ଓ୍ବାରିଅରଙ୍କୁ ଟିମରେ ସ୍ଥାନ ମିଳିଛି । ସେହିପରି ଶ୍ରୀଲଙ୍କା ଦଳରେ ବି ଗୋଟିଏ ପରିବର୍ତ୍ତନ କରାଯାଇଛି । ଇସୁରୁ ଉଦାନାଙ୍କ ସ୍ଥାନରେ ପଥୁମ ନିଶଙ୍କାଙ୍କୁ ସ୍ଥାନ ମିଳିଛି । ଭାରତୀୟ ସମୟ ୮ଟାରେ ଏହି ମ୍ୟାଚ ଆରମ୍ଭ ହେବ ।

ସମ୍ବନ୍ଧିତ ଖବର