ପ୍ରଥମ ଟି-୨୦: ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ଭାରତ, ପ୍ରଥମେ ବ୍ୟାଟିଂ କରିବ ନ୍ୟୁଜିଲାଣ୍ଡ

ଜୟପୁର : ଆଜି ଜୟପୁରଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ୩ ଟିକିଆ ଟି-୨୦ ସିରିଜର ପ୍ରଥମ ମ୍ୟାଚ ଖେଳାଯାଉଛି । ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ।

ଗତ ଟି-୨୦ ବିଶ୍ବକପରେ ଆରମ୍ଭରୁ ଦୁଇଟି ପରାଜୟ ବରଣ କରି ସେମିଫାଇନାଲ ଖେଳିପାରିନଥିବା ଭାରତ ଏହି ନୂଆ ସିରିଜ ଜଣେ ନୂଆ ଅଧିନାୟକ ଓ ନୂଆ କୋଚଙ୍କ ନେତୃତ୍ବରେ ଖେଳୁଛି । ଏଣୁ ଭାରତୀୟ ଦଳ ନିଜର ପୂର୍ବ ପରାଜୟର ଗ୍ଲାନି ଭୁଲି ଏକ ନୂଆ ଆରମ୍ଭ କରିବାକୁ ଉଦ୍ୟମ କରିବ । ଏହି ମ୍ୟାଚ ପାଇଁ ଶ୍ରେୟସ ଆୟର ଟିମକୁ ଫେରିଥିବାବେଳେ ଭେଙ୍କଟେସ ଆୟର ଡେବ୍ୟୁ କରିଛନ୍ତି ।

ଅନ୍ୟପକ୍ଷରେ ଏହି ମ୍ୟାଚ ପାଇଁ ନ୍ୟୁଜିଲାଣ୍ଡ ଦଳରେ ୪ଟି ପରିବର୍ତ୍ତନ ହୋଇଛି । ନିୟମିତ ଅଧିନାୟକ କେନ ଓ୍ବିଲିୟମସନ, ନିସାମ, ସୋଡି ଓ ମିଲନେ ଖେଳୁ ନାହାନ୍ତି । ଟେଷ୍ଟ ସିରିଜ ନିମନ୍ତେ ତାଙ୍କୁ ବିଶ୍ରାମ ଦିଆଯାଇଛି । ଏହି ମ୍ୟାଚରେ ଟିମ ସାଉଥି ଅଧିନାୟକ ଅଛନ୍ତି ।

ସମ୍ବନ୍ଧିତ ଖବର