୨ୟ ଟି-୨୦ : ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ଭାରତ

ରାଞ୍ଚି : ରାଞ୍ଚିଠାରେ ଆଜି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଖେଳାଯାଉଛି । ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ।

ପ୍ରଥମ ମ୍ୟାଚରେ ବିଜୟୀ ହୋଇଥିବା ଭାରତୀୟ ଦଳର ମନୋବଳ ବେଶ ଉଚ୍ଚ ରହିଛି । ଆଜିର ମ୍ୟାଚ ଜିତି ଭାରତ ସିରିଜ ଜିତିବାକୁ ଉଦ୍ୟମ କରିବ । ଆଜି ମ୍ୟାଚରେ ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି । ମହମ୍ମଦ ସିରାଜଙ୍କ ସ୍ଥାନରେ ହର୍ସଲ ପଟେଲଙ୍କୁ ଟିମରେ ସାମିଲ କରାଯାଇଛି । ଏହା ସହିତ ହର୍ସଲ ନିଜର ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଛନ୍ତି । ପୂର୍ବତନ ଦ୍ରୁତ ବଲର ଅଜିତ ଆଗରକର ତାଙ୍କୁ ଭାରତୀୟ ଦଳର କ୍ୟାପ (ଟୋପି) ପ୍ରଦାନ କରି ତାଙ୍କୁ ଦଳକୁ ସ୍ବାଗତ କରିଥିଲେ ।

ଅନ୍ୟପକ୍ଷରେ ଆଜି ନ୍ୟୁଜିଲାଣ୍ଡ ଟିମରେ ୩ଟି ପରିବର୍ତ୍ତନ କରାଯାଇଛି । ଦଳକୁ ନିସାମ, ସୋଡି ଓ ମିଲନେ ଫେରିଛନ୍ତି । ସେମାନେ ରାଚିନ, ଆସଲେ ଓ ଫର୍ଗୁସନଙ୍କ ସ୍ଥାନରେ ଆସିଛନ୍ତି । ଏସବୁ ଅଭିଜ୍ଞ ଖେଳାଳି ଆସିବା ପରେ ଦଳର ଶକ୍ତି ବୃଦ୍ଧି ପାଇବା ଆଶା କରାଯାଉଛି ।

ଗତ ୧୭ ତାରିଖରେ ହୋଇଥିବା ପ୍ରଥମ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ୫ ଓ୍ବିକେଟରେ ପରାସ୍ତ କରିଥିଲା । ଏହି ବିଜୟ ସହ ଚଳିତ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି ।

 

ସମ୍ବନ୍ଧିତ ଖବର