କେପଟାଉନ : କେପଟାଉନର ନ୍ୟୁଲାଣ୍ଡ ଷ୍ଟାଡିୟମଠାରେ ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ୟ ତଥା ଚୂଡ଼ାନ୍ତ ଟେଷ୍ଟମ୍ୟାଚ ଆରମ୍ଭ ହୋଇଛି । ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ତେବେ ଦଳ ଆରମ୍ଭରୁ ହିଁ ନିଜର ଦୁଇ ଓପନରଙ୍କୁ ହରାଇ ସଂକଟର ସମ୍ମୁଖୀନ ହୋଇଛି । ଓପନର କେଏଲ ରାହୁଲ ୧୨ ଓ ମୟଙ୍କ ଅଗ୍ରଓ୍ବାଲ ୧୫ ରନ କରି ଆଉଟ ହୋଇଛନ୍ତି । ସର୍ବଶେଷ ସୂଚନା ଅନୁସାରେ ଭାରତୀୟ ଦଳ ୨ଟି ଓ୍ବିକେଟ ହରାଇ ୫୦ ରନ କରିଛି । ଏବେ କ୍ରିଜରେ ଚେତେଶ୍ବର ପୂଜାରା ଓ ଅଧିନାୟକ ବିରାଟ କୋହଲି ବ୍ୟାଟିଂ କରୁଛନ୍ତି । ଦକ୍ଷିଣ ଆଫ୍ରିକା ପକ୍ଷରୁ କାଗିସୋ ରବାଡା ଓ ଡୁଆନ ଅଲିଭର ଗୋଟିଏ ଲେଖାଏଁ ଓ୍ବିକେଟ ନେଇଛନ୍ତି ।

Advertisment

ଏହି ମ୍ୟାଚର ଫଳାଫଳ ସଂପୂର୍ଣ୍ଣ ସିରିଜର ବିଜେତା ନିର୍ଦ୍ଧାରଣ କରିବ । ଯଦି ମ୍ୟାଚ ଡ୍ର ହୁଏ ତେବେ ସିରିଜ ମଧ୍ୟ ଅମିମାଂସିତ ରହିବ ଓ ଉଭୟ ଦଳଙ୍କୁ ଯୁଗ୍ମ ବିଜେତା ଘୋଷଣା କରାଯିବ । ଏହି ସିରିଜର ପ୍ରଥମ ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ ୧୧୩ ରନରେ ପରାସ୍ତ କରିଥିବାବେଳେ ୨ୟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଭାରତକୁ ୭ ଓ୍ବିକେଟରେ ପରାସ୍ତ କରିଥିଲା ।