୨ୟ ଟି-୨୦ : ଟସ ଜିତି ଭାରତର ବୋଲିଂ ନିଷ୍ପତ୍ତି

ଅହମଦାବାଦ : ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଖେଳାଯାଉଥିବା ୨ୟ ଟି-୨୦ରେ ଭାରତ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି ।

ଆଜି ଭାରତୀୟ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି । ଶିଖର ଧଓ୍ବନ ଓ ଅକ୍ଷର ପଟେଲଙ୍କ ସ୍ଥାନରେ ଇଶାନ କିଷନ ଓ ସୂର୍ଯ୍ୟକୁମାର ଯାଦବ ଖେଳୁଛନ୍ତି । ଟସ ଜିତିବା ପରେ ଭାରତର ଅଧିନାୟକ ବିରାଟ କୋହଲି କହିଛନ୍ତି ଯେ ଗତ ମ୍ୟାଚରେ କାକରର କୌଣସି ପ୍ରଭାବ ନଥିଲା । ଏଣୁ ଆମେ ବୋଲିଂ କରି ବିପକ୍ଷ ଦଳକୁ କମ ରନରେ ସୀମିତ କରିବାକୁ ଚେଷ୍ଟା କରିବୁ ।

ଅନ୍ୟପକ୍ଷରେ ଇଂଲଣ୍ଡ ଦଳର ଅଧିନାୟକ ଇଅନ ମୋର୍ଗାନ କହିଛନ୍ତି ଯେ ଏହା ଏକ ଉତ୍ତମ ପିଚ । ତେବେ ଆଜି ବଡ଼ ସ୍କୋର ହେବ ନାହିଁ । ଇଂଲଣ୍ଡ ଦଳରେ ଆଜି ଗୋଟିଏ ପରିବର୍ତ୍ତନ କରାଯାଇଛି । ମାର୍କ ଉଡଙ୍କ ସ୍ଥାନରେ ଟମ କୁରାନଙ୍କୁ ଖେଳାଯାଉଛି ।

ସିରିଜର ପ୍ରଥମ ଟି-୨୦ରେ ଇଂଲଣ୍ଡ ଭାରତକୁ ୮ ଓ୍ବିକେଟରେ ପରାସ୍ତ କରିଥିଲା । ଫଳରେ ସିରିଜରେ ଇଂଲଣ୍ଡ ୧-୦ରେ ଆଗୁଆ ଅଛି ।

ସମ୍ବନ୍ଧିତ ଖବର