ଟସ୍‌ ଜିଣି ଭାରତର ବୋଲିଂ ନିଷ୍ପତ୍ତି, ଦଳରେ ୩ଟି ପରିବର୍ତ୍ତନ

ମେଲବର୍ଣ୍ଣ: ମେଲବର୍ଣ୍ଣ ଟିକେଟ ଗ୍ରାଉଣ୍ଡରେ ଭାରତ -ଅଷ୍ଟ୍ରେଲିଆ ମଧ୍ୟରେ ଆଜି ଅନୁଷ୍ଠିତ ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆରେ ଭାରତ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତୀୟ ଦଳରେ ନୂଆ ମୁହଁ ଭାବେ ବିଜୟ ଶଙ୍କର ତାଙ୍କ ଜୀବନର ପଥମ ଦିନିକିଆ ଖେଳିବାର ସୁଯୋଗ ପାଇଥିବା ବେଳେ ସ୍ପିନ୍‌ କ୍ଷେତ୍ରରେ ରବୀନ୍ଦ୍ର ଜାଦେଜାଙ୍କୁ ସହଯୋଗ କରିବାକୁ ଚହଲଙ୍କୁ ଖେଳାଳି ଏକାଦଶରେ ସ୍ଥାନ ମିଳିଛି। ସେହିପରି ଦୁଇ ଦୁଇଟି ଦିନିକିଆରେ ବିଫଳ ହୋଇଥିବା ଅମ୍ବାତି ରାଇଡୁଙ୍କ ସ୍ଥାନରେ କେଦାର ଯାଦବଙ୍କୁ ତୃତୀୟ ଦିନିକିଆରେ ସୁଯୋଗ ମିଳିଛି।
ଟେଷ୍ଟ୍‌ ଶୃଙ୍ଖଳା ଜିତି ଇତିହାସ ରଚି ସାରିଥିବା ଭାରତୀୟ କ୍ରିକେଟ୍‌ ଦଳ ଆଉ ଏକ ସ୍ମରଣୀୟ ଫର୍ଦ ଯୋଡ଼ିବାର ସୁବର୍ଣ୍ଣ ସୁଯୋଗ ପାଇଛି। ଗସ୍ତ ପୂର୍ବରୁ ଅଷ୍ଟ୍ରେଲିଆ ମାଟିରେ ଭାରତୀୟ ଦଳ କେବେ ବି ଟେଷ୍ଟ୍‌ କିମ୍ବା ଦିନିକିଆ ଶୃଙ୍ଖଳା ଜିତିନଥିଲା। ଗୋଟିଏ ସ୍ୱପ୍ନକୁ ବିରାଟ କୋହଲି ଦଳ ସାକାର କରିସାରିଛି। ଅନ୍ୟଟିର ନିଣ୍ଣାୟକ ପରୀକ୍ଷା ଆଜି ମେଲବର୍ଣ୍ଣ ଠାରେ ଅନୁଷ୍ଠିତ ହେଉଛି। ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ଏବେ ସ୍ଥିତି ୧-୧ ରେ ରହିଛି।
ଭାରତୀୟ ଦଳ: ରୋହିତ ଶର୍ମା, ଶିଖର ଧାଓ୍ଵନ, ବିରାଟ କୋହଲି, ମହେନ୍ଦ୍ର ସିଂହ ଧୋନି, କେଦାର ଯାଦବ, ଦୀନେଶ କାର୍ତ୍ତିକ, ବିଜୟ ଶଙ୍କର, ରବୀନ୍ଦ୍ର ଜାଦେଜା, ଭୁବନେଶ୍ୱର କୁମାର, ମହମ୍ମଦ ସାମି, ୟୁଜବେନ୍ଦ୍ର ଚହଲ।

ସମ୍ବନ୍ଧିତ ଖବର