ଦିଲ୍ଲୀ ଟେଷ୍ଟ: ଟସ ଜିଣି ଭାରତର ପ୍ରଥମ ବ୍ୟାଟିଂ

ଦିଲ୍ଲୀ: ଦିଲ୍ଲୀର ଫିରୋଜ ସାହା କୋଟାଲା ଗ୍ରାଉଣ୍ଡରେ ଆଜି ଠାରୁ ଭାରତ -ଶ୍ରୀଲଙ୍କା ତିନିଟିକି ଟେଷ୍ଟ ସିରିଜ୍‌ର ଅନ୍ତିମ ମ୍ୟାଚ୍‌ ଖେଳାଯାଉଛି। ସିରିଜରେ ୧-୦ ରେ ଅଗ୍ରଣୀ ଥିବା ଭାରତୀୟ ଦଳ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଶିଖର ଧାଓ୍ଵନ ଦଳକୁ ଫେରିବା ସହିତ ମୁରଲୀ ବିଜୟଙ୍କ ସହିତ ଭାରତୀୟ ପାଳି ଆରମ୍ଭ କରିଛନ୍ତି। ଖେଳର ପ୍ରଥମ ୭ ଓଭରରେ ଭାରତ ଦଳ ୨୮ ରନ୍‌ ସଂଗ୍ରହ କରିଥିବା ବେଳେ ବିଜୟ ୧୬ରନ ଓ ଧାଓ୍ଵନ ୧୧ ରନ୍‌ କରି ଅପରାଜିତ ଅଛନ୍ତି।

ଶ୍ରୀଲଙ୍କା ଦଳ: ସଦିରା ସମରବିକ୍ରମା, ଦିମୁଥ କରୁଣାରତ୍ନେ, ରୋସନ ସିଲଭା, ଆଞ୍ଜେଲୋ ମାଥ୍ୟୁସ, ଦିନେଶ ଚାନ୍ଦିମାଲ, ନିରୋସନ ଡିକେଓ୍ଵଲା, ଧନଞ୍ଜୟ ଡି ସିଲଭା, ଦିଲରୁଓ୍ଵାନ ପେରେରା, ସୁରଙ୍ଗା ଲକମଲ, ଲକ୍ଷନ ସନ୍ଦକାନ, ଲାହିରୁ ଗମାଙ୍ଗ

ଭାରତୀୟ ଦଳ: ଶିଖର ଧାଓ୍ଵନ, ମୁରଲୀ ବିଜୟ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟେ ରାହାନେ,ରୋହିତ ଶର୍ମା, ରବିଚନ୍ଦ୍ରନ ଅଶ୍ୱିନ, ରିଦ୍ଧିିମାନ ସାହା, ରବୀନ୍ଦ୍ର ଜାଦେଜା, ମହମ୍ମଦ ସାମି ଓ ଇଶନ୍ତ ଶର୍ମା।

ସମ୍ବନ୍ଧିତ ଖବର