କୁଇନ୍ସ ଟାଉନ୍: ଆଇସିସି ୧୯ ବର୍ଷରୁ କମ୍ କ୍ରିକେଟ୍ ବିଶ୍ୱକପ୍ରେ ଭାରତ ତିନିଥର ବିଶ୍ୱ ବିଜେତା ଅଷ୍ଟ୍ରେଲିଆକୁ ୮ ଓ୍ଵିକେଟରେ ହରାଇ ଚାମ୍ପିୟନ ହୋଇଛି। ଗ୍ରୁପ୍ ପର୍ଯ୍ୟାୟରେ ଅଷ୍ଟ୍ରେଲିଆକୁ ୧୦୦ ରନ୍ରେ ପରାସ୍ତ କରିଥିବା ଭାରତୀୟ ଦଳ ଆତ୍ମବିଶ୍ୱ୍ଵାସର ସହିତ ଖେଳି ଅଷ୍ଟ୍ରେଲିଆକୁ ଫାଇନାଲରେ ପରାସ୍ତ କରି ଚାମ୍ପିୟନ ହୋଇଛି। ମନ୍ଜୋତ୍ କାଲ୍ରାଙ୍କ ଦମ୍ଦାର ଅପରାଜିତ ଶତକ ବଳରେ ଭାରତ ପୁଣି ଥରେ ୧୯ ବର୍ଷରୂ କମ୍ ବିଶ୍ୱକପ୍ କୁ ନିଜ କବ୍ଜାକୁ ନେଇଛି।
ଟସ୍ ଜିଣି ପ୍ରଥମେ ଅଷ୍ଟ୍ରେଲିଆ ବ୍ୟାଟିଂ କରିଥିଲା। ଦଳ କମଲେଶ ନାଗରକୋଟି, ଶିବମ ମାଭୀ ଓ ଈଶାନ ପୋରେଲଙ୍କ ନିଖୁଣ ବୋଲିଂର ସାମ୍ନା କରି ନ ପାରି ମାତ୍ର ୪୭.୨ ଓଭରରେ ୨୧୬ ରନ୍ କରି ଅଲ ଆଉଟ୍ ହୋଇ ଯାଇଥିଲା। ଜବାବରେ ଭାରତ ୩୯ତମ ଓଭରରେ ଏହି ବିଜୟ ଳକ୍ଷ୍ୟକୁ ହାସଲ କରି ନେଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/Manjot-Kalra.jpg)