ଦୁବାଇ: ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ୧୯ ବର୍ଷରୁ କମ ଏସିଆ କପର ଫାଇନାଲ ମ୍ୟାଚରେ ଡିଏଲଏସ୍ ପଦ୍ଧତିରେ ଶ୍ରୀଲଙ୍କାକୁ ୯ ଓ୍ଵିକେଟରେ ହରାଇ ଭାରତ ଚମ୍ପିଅନ ହୋଇଛି । ଏହା ସହ ଭାରତ ଏସିଆ କପକୁ କ୍ରମାଗତ ତୃତୀୟ ଓ ସର୍ବମୋଟ ୮ଥର ପାଇଁ ଜିତିବାକୁ ସକ୍ଷମ ହୋଇଛି ।

Advertisment

ବର୍ଷା ହେବାରୁ ଏହି ମ୍ୟାଚକୁ ୩୮ ଓଭର ବିଶିଷ୍ଟ କରାଯାଇଥିଲା । ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଯୋଗୁଁ ଶ୍ରୀଲଙ୍କା ୩୮ ଓଭରରେ ମାତ୍ର ୧୦୬ ରନ୍ କରିବାକୁ ସକ୍ଷମ ହୋଇଥିଲା । ଶ୍ରୀଲଙ୍କାର ୬ ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ବିଶିଷ୍ଚ ସ୍କୋର୍ ଛୁଇଁ ପାରିନଥିଲେ । ଶ୍ରୀଲଙ୍କା ତରଫରୁ ୟାସିରୁ ରୋଡ୍ରିଗ ସର୍ବାଧିକ ୧୯ ରନ୍ କରିଥିଲେ । ଭାରତ ତରଫରୁ ଭିକି ଓଷ୍ଟଓ୍ଵାଲ୍ ୮ ଓଭରରେ ୩ ମେଡେନ୍ ଓଭର ସହ ୧୧ ରନ୍ ଦେଇ ସର୍ବାଧିକ ୩ଟି ଓ୍ଵିକେଟ ଅକ୍ତିଆର କରିବାକୁ ସକ୍ଷମ ହୋଇଥିଲେ ।

ତେବେ ବର୍ଷା ହେବାରୁ ଭାରତକୁ ୩୮ ଅଭରରେ ୧୦୨ ରନର ବିଜୟ ଲକ୍ଷ୍ୟ ମିଳିଥିଲା ଯାହାକୁ ଭାରତ ୨୧.୩ ଓଭରରେ ମାତ୍ର ୧ ଓ୍ଵିକେଟ ହରାଇ ହାସଲ କରିନେଇଥିଲା । ଭାରତ ତରଫରୁ ଅଙ୍ଗକ୍ରିଶ୍ ରଘୁବଂଶୀ ୬୭ଟି ବଲ ଖେଳି ୭ଟି ଚୌକା ସହ ଅପରାଜିତ ୫୬ ରନ୍ ଓ ଶାଇକ୍ ରଶିଦ୍ ୪୯ଟି ବଲ୍ ଖେଲି ୨ଟି ଚୌକା ସହ ଅପରାଜିତ ୩୧ ରନ୍ କରିଥିଲେ ।