ରାଇଜିଂ ଷ୍ଟୁଡେଣ୍ଟ୍‌ ପରାସ୍ତ: ଭାରତୀୟ ମହିଳା ଲିଗ୍‌

କଟକ: ସିଲଂଠାରେ ଚାଲିଥିବା ଭାରତୀୟ ମହିଳା ଲିଗ୍‌ରେ ବୁଧବାର ଗତ ବର୍ଷର ଉପ ବିଜେତା ରାଇଜିଂ ଷ୍ଟୁଡେଣ୍ଟ ପରାଜୟ ବରଣ କରିଛି। ନିଜର ପ୍ରଥମ ମ୍ୟାଚ୍‌ରେ ଗୋକୁଲମ୍‌ କେରଳକୁ ୨-୦ ଗୋଲ୍‌ରେ ପରାସ୍ତ କରିଥିବା ରାଇଜିଂ ଷ୍ଟୁଡେଣ୍ଟ୍‌ ବୁଧବାର ନିଜର ଦ୍ୱିତୀୟ ମ୍ୟାଚ୍‌କୁ ଗତ ସଂସ୍କରଣର ବିଜେତା ଇଷ୍ଟର୍ଣ୍ଣ ସ୍ପୋର୍ଟିଂ ୟୁନିୟନ୍‌ ନିକଟରୁ ୦-୧ ଗୋଲ୍‌ରେ ହାରିଯାଇଛି। ବିଜୟୀ ଦଳ ପକ୍ଷରୁ ମ୍ୟାଚ୍‌ର ତୃତୀୟ ମିନିଟ୍‌ରେ ପରମେଶ୍ୱରୀ ଦେବୀ ମ୍ୟାଚ୍‌ର ଏକମାତ୍ର ଗୋଲ୍‌ ଦେଇଥିଲେ। ରାଇଜିଂ ଷ୍ଟୁଡେଣ୍ଟ୍‌ ପରବର୍ତ୍ତୀ ମ୍ୟାଚ୍‌ ୩୧ ତାରିଖରେ କ୍ରିପ୍‌ସା ସହିତ ଖେଳିବ।

ସମ୍ବନ୍ଧିତ ଖବର