ପ୍ରତିଶୋଧ ନେଲା ଭାରତ: ୨-୧ରେ ଜାପାନକୁ ପରାସ୍ତ କଲା ଭାରତୀୟ ପୁରୁଷ ହକି ଦଳ

ଜାକର୍ତ୍ତା: ଜାପାନଠାରୁ ପ୍ରତିଶୋଧ ନେଲା ଭାରତ | ଏସିଆ କପ୍ ହକି ପ୍ରତିଯୋଗିତାର ସୁପର-୪ ପର୍ଯ୍ୟାୟର ପ୍ରଥମ ମ୍ୟାଚରେ ଭାରତ ଜାପାନକୁ ୨-୧ରେ ପରାସ୍ତ କରିଛି | ଏହି ବିଜୟ ସହିତ ଭାରତୀୟ ପୁରୁଷ ହକି ଦଳ ପୁଲ୍‌ ପର୍ଯ୍ୟା‌ୟରେ ଜାପାନ ନିକଟରୁ ୨-୫ ଗୋଲ୍‌ରେ ହାରିଥିବାର ପ୍ରତିଶୋଧ ନେଇଛି | ଆଜି ଖେଳାଯାଇଥିବା ମ୍ୟାଚ୍‌ର ଅଷ୍ଟମ ମିନିଟରେ ମଞ୍ଜିତ ଏବଂ ପୱନ ରାଜଭର ୩୪ତମ ମିନିଟରେ ଭାରତ ପାଇଁ ଗୋଲ ଦେଇଥିଲେ। ଭାରତୀୟ ଦଳ ବର୍ତ୍ତମାନ ତିନି ପଏଣ୍ଟ ସହ ସୁପର ୪ର ଶୀର୍ଷରେ ପହଞ୍ଚିଛି | ମ୍ୟାଚ ଆରମ୍ଭରୁ ଭାରତୀୟ ଖେଳାଳି ମଞ୍ଜିତଙ୍କ ଭଲ ଫିଲ୍ଡ ଗୋଲ ଯୋଗୁଁ ପ୍ରଥମ କ୍ୱାର୍ଟରରେ ୧-୦-ରେ ଆଗୁଆ ହୋଇଥିଲା।

ପାଞ୍ଚ ମିନିଟ୍ ପରେ ଭାରତ ଏକ ପେନାଲ୍ଟି କର୍ଣ୍ଣର ପାଇଲା | ତେବେ ନୀଲମ ସିଂ ଏହି ପିସିକୁ ଗୋଲରେ ପରିଣତ କରିପାରି ନଥିଲେ। ତେବେ ଜାପାନ ୧୮ ମିନିଟରେ ଏକ ପେନାଲ୍ଟି କର୍ଣ୍ଣର ସ୍କୋର କରି ମ୍ୟାଚକୁ ୧-୧ରେ ପହଞ୍ଚାଇଥିଲା। ଜାପାନ ପାଇଁ ନେଭା ଏହି ଗୋଲ ସ୍କୋର କରିଥିଲେ। ଦ୍ୱିତୀୟ କ୍ୱାର୍ଟରରେ ଜାପାନ ଗୋଟିଏ ପରେ ଗୋଟିଏ ତିନୋଟି ପିସି ପାଇଲା | ତେବେ ଜାପାନର ଦଳ ଏହାର ଫାଇଦା ଉଠାଇପାରିନଥିଲେ ଏବଂ ଭାରତ ପୁନର୍ବାର କାଉଣ୍ଟର ଆଟାକ୍ ଆରମ୍ଭ କରିଥିଲା।

ସେହିପରି ପବନ ରାଜଭର ୩୪ ମିନିଟ ସମୟରେ ଆଉ ଏକ ଗୋଲ କରି ମ୍ୟାଚକୁ ୨-୧ ରେ ଆଗେଇ ନେଇଥିଲେ | ତେବେ ଚତୁର୍ଥ କ୍ୱାର୍ଟରରେ ମଧ୍ୟ ଜାପାନ ଦଳ ଆଉ ସ୍କୋର କରିପାରିନଥିଲା | ଆଉ ଭାରତ ଏହି ମ୍ୟାଚ ଜିତିଯାଇଥିଲା | ସୂଚନା ଥାଉ କି ଭାରତ ଆସନ୍ତାକାଲି ମାଲେସିଆ ଏବଂ ମଙ୍ଗଳବାର ଦକ୍ଷିଣ କୋରିଆ ସହ ଖେଳିବ। ଏହି ପର୍ଯ୍ୟାୟର ଶ୍ରେଷ୍ଠ ଦୁଇ ଦଳ ଜୁନ୍‌ ୧ ତାରିଖ ଫାଇନାଲ୍‌ରେ ମୁହାଁମୁହିଁ ହେବେ।

ସମ୍ବନ୍ଧିତ ଖବର