ଜାକର୍ତ୍ତା: ମାଲେସିଆର ଜାକର୍ତ୍ତାଠାରେ ଖେଳାଯାଇଥିବା ଏସିଆ କପ ହକି ପ୍ରତିଯୋଗିତାରେ ଭାରତୀୟ ପୁରୁଷ ହକି ଦଳ ଜାପାନକୁ ୧-୦ରେ ପରାସ୍ତ କରି ଏସିଆ କପ୍ ୨୦୨୨ ର ବ୍ରୋଞ୍ଜ ପଦକ ଜିତିଛି | ଆଜି ଜାକର୍ତ୍ତାଠାରେ ଖେଳାଯାଇଥିବା ମ୍ୟାଚ୍ରେ ଭାରତୀୟ ଦଳ ପାଇଁ ରାଜକୁମାର ପାଲ ୬ ମିନିଟରେ ଏକମାତ୍ର ଗୋଲ ସ୍କୋର କରିଥିଲେ। ତେବେ ଜାପାନ ପକ୍ଷରୁ କୌଣସି ବି ଖେଳାଳି ଗୋଲ କରିବାକୁ ସକ୍ଷମ ହୋଇନଥିଲେ | ଯାହାଦ୍ୱାରା ଭାରତ କାଂସ୍ୟ ଜିତିଛି | ସେହିପରି ଓଡ଼ିଆ ପୁଅ ବୀରେନ୍ଦ୍ର ଲାକ୍ରା ପ୍ଲେୟାର ଅଫ ଦି ମ୍ୟାଚ ହୋଇଛନ୍ତି |
Let us applaud the young Indian Team for their outstanding performance in the Hero Asia Cup 2022, Jakarta, Indonesia for winning a Bronze. 🥉
We are proud of this team 💙#IndiaKaGame #HockeyIndia #MatchDay #INDvsJPN @CMO_Odisha @sports_odisha @IndiaSports @Media_SAI pic.twitter.com/ptTFDJo7Y5
— Hockey India (@TheHockeyIndia) June 1, 2022
ସୂଚନା ଥାଉ କି ଏହାପୂର୍ବରୁ କୋରିଆ ବିପକ୍ଷ ମହତ୍ବପୂର୍ଣ୍ଣ ମ୍ୟାଚ୍କୁ ୪-୪ ଗୋଲ୍ରେ ଅମୀମାଂସିତ ରଖି ଇଣ୍ଡୋନେସିଆର ଜାକର୍ତ୍ତାଠାରେ ଚାଲିଥିବା ଏସିଆ କପ୍ ହକି ପ୍ରତିଯୋଗିତାର ଫାଇନାଲ୍ ଖେଳିବାରୁ ବଞ୍ଚିତ ହୋଇଥିଲା ଗତଥରର ବିଜେତା ଭାରତ। ଫାଇନାଲ୍ ପ୍ରବେଶ ଦୃଷ୍ଟିରୁ ଭାରତ ପାଇଁ ଏହି ସୁପର ଫୋର୍ ପର୍ଯ୍ୟାୟ ମ୍ୟାଚ୍କୁ ଜିତିବା ଏକାନ୍ତ ଅପରିହାର୍ଯ୍ୟ ଥିଲା। ତେବେ ଶେଷ ପର୍ଯ୍ୟନ୍ତ ଲଢ଼ିବା ସତ୍ତ୍ବେ ଭାରତ ଏହାକୁ ଜିତି ପାରିନଥିଲା। ବରଂ ଅମୀମାଂସିତ ରଖି ପଏଣ୍ଟ ବାଣ୍ଟିଥିଲା। ଫଳରେ କୋରିଆ ଏବଂ ମାଲେସିଆ ସହ ସମାନ ୫ ପଏଣ୍ଟ୍ ଲେଖାଏଁ ପାଇଥିଲେ ମଧ୍ୟ ଗୋଲ୍ ବ୍ୟବଧାନରେ ପଛୁଆ ରହି ଫାଇନାଲ୍ ଟିକେଟ୍ ହାସଲ କରି ପାରି ନଥିଲା। ଫାଇନାଲ ମ୍ୟାଚ୍ କୋରିଆ ଏବଂ ମାଲେସିଆ ମଧ୍ୟରେ ଖେଳାଯିବ |