ଆଡିଲେଡ: ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆକୁ ହରାଇ ଭାରତ ୪ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି। ଟିମ୍ ଇଣ୍ଡିଆ ଏହି ମ୍ୟାଚକୁ ୩୧ ରନରେ ଜିଣି ଇତିହାସ ରଚିଛି। ଭାରତୀୟ ବୋଲରଙ୍କ ଆକ୍ରମଣ ଆଗରେ ତିଷ୍ଠି ନ ପାରି ମାତ୍ର ୩୨୩ ରନର ଟାର୍ଗେଟକୁ ଛୁଇଁ ନ ପାରି ଅଷ୍ଟ୍ରେଲିଆ ଦଳ ପରାଜୟ ବରଣ କରିଛି।
ଦୀର୍ଘ ୧୦ ବର୍ଷ ପରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟରେ ବିଜୟ ହାସଲ କରିଛି। ସେହିପରି ପ୍ରଥମ ଥର ଲାଗି ଭାରତ ଅଷ୍ଟ୍ରେଲିଆକୁ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ହରାଇବାର ସଫଳତା ଲାଭ କରିଛି। ଏଥି ପୂର୍ବରୁ ୨୦୦୮ ମସିହାରେ ପର୍ଥଠାରେ ଭାରତ ଶେଷ ଥର ଲାଗି ଅଷ୍ଟ୍ରେଲିଆକୁ ହରାଇଥିଲା। ସେହିପରି ଦୀର୍ଘ ୧୫ ବର୍ଷ ପରେ ଆଡିଲେଡରେ ଭାରତ ଟେଷ୍ଟ୍ ମ୍ୟାଚରେ ଅଷ୍ଟ୍ରେଲିଆକୁ ପୁଣି ଥରେ ହରାଇବାରେ ସଫଳ ହୋଇଛି। ଏହି ବିଜୟ ଲାଗି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି।
THAT IS IT! #TeamIndia has done it! Another glorious chapter added to our love affair with Adelaide. Got close in the end, but India win by 31 runs and lead the series 1-0 #AUSvINDpic.twitter.com/hmW1Lla2q8
— BCCI (@BCCI) December 10, 2018
ଗତକାଲି ଦ୍ୱିତୀୟ ଇନିଂସ୍ ଆରମ୍ଭ କରିଥିବା ଅଷ୍ଟ୍ରେଲିଆ ଦଳ ଷ୍ଟମ୍ପ ଅପସାରଣ ସୁଦ୍ଧା ୪ ୱିକେଟ୍ ହରାଇ ୧୦୪ ରନ୍ କରିଥିଲା। ଦଳ ହାତରେ ୩୨୩ ରନର ଟାର୍ଗେଟ ଲାଗି ୬ଟି ୱିକେଟ୍ ଓ ପୂରା ଦିନଟିଏ ଥିଲା। ତେବେ ଦଳ ୨୯୧ ରନ୍ରେ ଅଲ୍ ଆଉଟ୍ ହୋଇଯାଇଥିଲା। ପ୍ରଥମ ଇନିଂସରେ୧୨୩ ରନ୍ ଓ ଦ୍ୱିତୀୟ ଇନିଂସରେ ୭୧ ରନ୍ କରିଥିବା ଚେତେଶ୍ବର ପୂଜାରାଙ୍କୁ ‘ମ୍ୟାନ୍ ଅଫ୍ ଦ ମ୍ୟାଚ୍’ ଟ୍ରଫି ପ୍ରଦାନ କରାଯାଇଛି।
ଗତକାଲିଠାରୁ ନଟ୍ ଆଉଟ୍ ରହିଥିବା ଶନ୍ ମାର୍ଶ ଓ ଟ୍ରାଭିସ୍ ହେଡ୍ .ସୋମବାର ଇନିଂସ ଆରମ୍ଭ କରିଥିଲେ। ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ପକ୍ଷରୁ ସର୍ବାଧିକ ୭୨ ରନ୍ କରିଥିବା ହେଡ୍ ଆଜି ମାତ୍ର ୧୪ ରନ କରିଥିବା ବେଳେ ପ୍ରଥମେ ଆଉଟ୍ ହୋଇଥିଲେ। ଏହାପରେ ମାର୍ଶ ୬୦ ରନ୍ ଯୋଗ କରିଥିଲେ। ସେ ଯଶପ୍ରୀତ୍ ବୁମରାଙ୍କ ଶିକାର ବନି ପାଭଲିଅନକୁ ଫେରିଥିଲେ। ଏହା ପରେ ଅଧିନାୟକ ଟିମ୍ ପାଇନ୍ ଇନିଂସ ସମ୍ଭାଳିବାକୁ ଉଦ୍ୟମ କରି ୪୧ ରନ୍ କରିଥିବା ବେଳେ ସେ ବୁମରାଙ୍କ ବଲରେ କ୍ୟାଚ୍ ଆଉଟ୍ ହୋଇଥିଲେ।
Indian skipper Virat Kohli: With 4 bowlers picking up 20 wickets in a test match away from home, especially with the ball that does not offer you so much is something that we can be proud of. But we need to build on this, we can't be happy with one test match. #INDvAUSpic.twitter.com/iouXoKsli6
— ANI (@ANI) December 10, 2018
ଇନିଂସ ଶେଷ ଅାଡ଼କୁ ପ୍ୟାଟ୍ କମିନ୍ସ, ମିଚେଲ ଷ୍ଟାର୍କ ଓ ନାଥନ ଲିୟନ ମ୍ୟାଚ୍ ଜିତିବାକୁ ଉଦ୍ୟମ ଜାରି ରଖିଥିଲେ । ତେବେ ଉଭୟ କମିନ୍ସ ଓ ଷ୍ଟାର୍କ ୨୮ ରନ୍ କରି ଆଉଟ୍ ହୋଇଥିଲେ। ଏହାପରେ ନାଥନ ଲିୟନ ୩୮ ରନ୍ କରି ଅପରାଜିତ ରହିଥିଲେ। ହାଜେଲ୍ ଉଡ୍ ୧୩ ରନ୍ କରିଥିଲେ।
ଦ୍ୱିତୀୟ ଇନିଂସରେ ଭାରତୀୟ ବୋଲର୍ ଯଶପ୍ରୀତ୍ ବୁମରା, ରବିଚନ୍ଦ୍ରନ ଅଶ୍ୱିନ୍ ଓ ମହମ୍ମଦ ସାମି ୩ଟି ଲେଖାଏଁ ୱିକେଟ୍ ପାଇଥିବା ବେଳେ ଇଶାନ୍ତ ଶର୍ମାଙ୍କୁ ଗୋଟିଏ ୱିକେଟ୍ ମିଳିଛି।