ସିଡନି: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ରେ ହାର୍ଦ୍ଦିକ ପାଣ୍ଡ୍ୟା ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ସିଡନି କ୍ରିକେଟ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ପକ୍ଷରୁ ମିଳିଥିବା ୧୯୫ ରନ୍ର ବିଜୟ ଲକ୍ଷ୍ୟକୁ ଭାରତ ୪ଟି ଉଇକେଟ୍ ହରାଇ ୧୯.୪ ଓଭରରେ ପୂରା କରିଛି। ଏହି ମ୍ୟାଚ୍ରେ ଟିମ୍ ଇଣ୍ଡିଆ ପାଇଁ ହିରୋ ସାଜିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା। ସେ ୨୨ଟି ବଲ୍ ସମ୍ମୁଖୀନ ହୋଇ ଅପରାଜିତ ୪୨ ରନ୍ କରିଛନ୍ତି। ପାଣ୍ଡ୍ୟାଙ୍କ ବ୍ୟକ୍ତିଗତ ସ୍କୋର୍ରେ ୩ଟି ଚୌକା ଓ ୨ଟି ଛକା ସାମିଲ ଅଛି। ଏଥି ସହିତ ଭାରତ ୩ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାକୁ ୨-୦ ହାତେଇ ନେଇଛି। ତୃତୀୟ ତଥା ଅନ୍ତିମ ମ୍ୟାଚ ଆସନ୍ତା ୮ ତାରିଖରେ ଖେଳାଯିବ।
Photo: Aaj Takଭାରତ ଆରମ୍ଭରୁ ଭଲ ବ୍ୟାଟିଂ କରିଥିଲା। ଇଂନିସ ଆରମ୍ଭ କରିଥିଲେ ଲୋକେଶ ରାହୁଲ (୩୦ ରନ୍, ୨୨ ବଲ, ୨ ଚୌକା, ୧ ଛକା) ଓ ଶିଖର ଧଓ୍ଵନ (୫୨ ରନ୍, ୩୬ ବଲ, ୪ ଚୌକା, ୨ ଛକା)। ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ପ୍ରଥମ ଉଇକେଟ୍ରେ ୫୬ ରନ୍ ସଂଗ୍ରହ କରିଥିଲା। ତେବେ ଆଣ୍ଡ୍ରୁ ଟେ ଙ୍କ ଦ୍ୱାରା କେ.ଏଲ୍ ରାହୁଲ ଆଉଟ୍ ହୋଇଥିଲେ। ଭାରତ ଶିଖର ଧାଓ୍ଵନଙ୍କୁ ହରାଇବା ପୂର୍ବରୁ ସ୍କୋର ୯୫ ରନ୍ରେ ପହଂଚି ସାରିଥିଲା।
Photo: ICC twitterA maiden international wicket to remember for Daniel Sams 😄 #AUSvINDpic.twitter.com/7gsvrKif3X
— ICC (@ICC) December 6, 2020
ଅଧିନାୟକ ବିରାଟ କୋହଲି (୪୦ ରନ୍)ଙ୍କ ସମେତ ଅନ୍ୟ ଭାରତୀୟ ବ୍ୟାଟ୍ସମ୍ୟାନମାନେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ। ସଂଜୁ ସାମସନ୍ ୧୫ ରନ୍ ଓ ଶ୍ରେୟସ ଆୟର ଅପରାଜିତ ୧୨ ରନ୍ ଯୋଡ଼ିଥିଲେ।
ଭାରତୀୟ ଅଧିନାୟକ ବିରାଟ କୋହଲି ଟସ୍ ଜିଣି ପ୍ରଥମେ ଫିଲଡିଙ୍ଗ୍ କରିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିଥିଲା। ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ୍ ହରାଇ ଅଷ୍ଟ୍ରେଲିଆ ୧୯୪ ରନ୍ କରିଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଅଧିନାୟକ ମାଥ୍ୟୁ ୱେଡ୍ ସର୍ବାଧିକ ୫୮ (୩୨) ରନ୍ କରିଥିବା ବେଳେ ଷ୍ଟିଭେନ୍ ସ୍ମିଥ୍ ୪୬ (୩୮) କରି ଦଳର ବ୍ୟାଟିଂ ମୂଳଦୂଆ ପକାଇଥିଲେ। ଅନ୍ୟ ପକ୍ଷରେ ଭାରତ ପକ୍ଷରୁ ଟି.ନଟରାଜନ୍ ୨ଟି ଉଇକେଟ୍ ନେଇଥିବା ବେଳେ ସାର୍ଦ୍ଦୁଳ ଠାକୁର ଓ ଯୁଜବେନ୍ଦ୍ର ଚହଲ ଗୋଟିଏ ଲେଖାଏଁ ଉଇକେଟ୍ ହାସଲ କରିଥିଲେ। କେଏଲ୍ ରାହୁଲ୍ (ଉଇକେଟ୍ ରକ୍ଷକ) ମାଥ୍ୟୁ ୱେଡଙ୍କୁ ରନ ଆଉଟ୍ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/T-20-winner-India-knk-copy-06_thumb.jpg)