ମୁମ୍ବାଇ: ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଗୁରୁବାର ରାତିରେ ଭାରତ ଦମଦାର ପ୍ରଦର୍ଶନ କରିଛି। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ଭାରତୀୟ ଟିମ୍‌ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଚମତ୍କାର ପ୍ରଦର୍ଶନ ସହ ଇଂଲଣ୍ଡକୁ ୭ରନ୍‌ରେ ପରାସ୍ତ କରିଛି। ଦ୍ବିତୀୟ ସେମିଫାଇନାଲରେ ଭାରତ ଏହି ବିଜୟ ସହିତ ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ପୁରୁଷ ଟି୨୦ ବିଶ୍ବକପ୍‌-୨୦୨୬ର ଫାଇନାଲରେ ପ୍ରବେଶ କରିଛି। ଭାରତ ଆସନ୍ତା ୮ ତାରିଖ ଦିନ ନ୍ୟୁଜିଲାଣ୍ଡକୁ ଭେଟିବ। ଫାଇନାଲ ମ୍ୟାଚ୍‌ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ।

Advertisment

ଇଂଲଣ୍ଡ କେବଳ ୨୪୬ ରନ କରିପାରିଥିଲା। ଇଂଲଣ୍ଡ ପାଇଁ ଜାକବ ବେଥେଲ ୪୮ ବଲରୁ ୧୦୫ ରନ କରିଥିଲେ। କିନ୍ତୁ ସେ ନିଜ ଦଳକୁ ବିଜୟୀ କରାଇପାରି ନଥିଲେ। ଇଂଲଣ୍ଡ ମ୍ୟାଚ୍‌ରେ ଏକ ଦୃଢ଼ ଲଢ଼େଇ କରିଥିଲା। ମାତ୍ର ଯଶପ୍ରୀତ ବୁମରା ୧୬ତମ ଓଭରରେ ୮ରନ୍‌ ଏବଂ ୧୮ତମ ଓଭରରେ ୬ରନ୍‌ ଦେଇ ଭାରତର ବିଜୟ ପ୍ରାୟ ନିଶ୍ଚିତ କରିଥିଲେ।

New Project (9).jpg

ଟସ୍‌ ଜିଣି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଅତିଥି ଦଳ ଭାରତୀୟ ଟିମ୍‌କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ଟି ୱିକେଟ୍‌ ହରାଇ ୨୫୩ ରନ୍‌ ସଂଗ୍ରହ କରିଥିଲା।  

ଭାରତ ଆରମ୍ଭରୁ ବିପର୍ଯ୍ୟର ଶିକାର ହୋଇଥିଲା। ଅଭିଷେକ ଶର୍ମା ମାତ୍ର ୯ ରନ୍‌ ସଂଗ୍ରହ କରି ଆଉଟ୍‌ ହୋଇ ପାଭିଲିଅନକୁ ଫେରି ଯାଇଥିଲେ କିନ୍ତୁ ଦ୍ବିତୀୟ ୱିକେଟ୍‌ରେ ସଂଜୁ ସାମସନ ଏବଂ ଈଶାନ କିଶନ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଉଭୟ ଖେଳାଳି ଦ୍ବିତୀୟ ୱିକେଟ୍‌ ପାଇଁ ୯୭ ରନ୍‌ ଭାଗିଦାରୀ କରିଥିଲେ।

ସେହିପରି ଶିଭମ ଦୁବେଙ୍କ ସହିତ ସଂଜୁ ତୃତୀୟ ୱିକେଟ୍‌ରେ ୪୩ ରନ୍‌ର ଭାଗିଦାରୀ କରିଥିଲେ। ଆଉଟ୍‌ ହେବା ପୂର୍ବରୁ ସାମସନ୍‌ ୮୯ ରନ୍‌ ସଂଗ୍ରହ କରିଥିଲେ। ସେ ୪୨ଟି ବଲ୍‌ ଖେଳି ୮ଟି ଚୌକା ଏବଂ ୭ଟି ଛକା ମାରିଥିଲେ। ଈଶାନ କିଶନ ୧୮ଟି ବଲ୍‌ ଖେଳି ୪ଟି ଚୌକା ଏବଂ ୨ଟି ଛକା ବଳରେ ୩୯ ରନ୍‌ ସଂଗ୍ରହ କରିଥିଲା ବେଳେ ଶିଭମ ଦୁବେଙ୍କ ବ୍ୟାଟ୍‌ରୁ ୪୩ ରନ୍‌ ମିଳିଥିଲା। ସେ ୨୫ଟି ବଲ୍‌ ଖେଳି ଗୋଟିଏ ଚୌକା ଏବଂ ୪ଟି ଛକା ମାରିଥିଲେ।