ଗୋଟିଏ ଦିନରେ ୨ ଥର ଅଲ୍‌ ଆଉଟ୍‌ ହେଲା ଆଫ୍‌ଗାନିସ୍ତାନ, ଏକ ଇନିଂସ ଓ ୨୬୨ ରନ୍‌ରେ ଭାରତ ଜିତିଲା ଟେଷ୍ଟ

୧୪୧ ବର୍ଷ ଟେଷ୍ଟ ଇତିହାସରେ ୪ର୍ଥ ଥର ଗୋଟିଏ ଦିନରେ ୨ଥର ଆଉଟ ହୋଇଛି ପୂରା ଟିମ୍‌

ବେଙ୍ଗାଲୁରୁ: ଆଫଗାନିସ୍ତାନ ବିପକ୍ଷରେ ଖେଳାଯାଇଥିବା ଐତିହାସିକ ଟେଷ୍ଟ ମ୍ୟାଚରେ ଭାରତ ଗୋଟିଏ ଇନିଂସ ଓ ୨୬୨ ରନ୍‌ରେ ବିଜୟୀ ହୋଇଛି। ୧୪୧ ବର୍ଷ ଟେଷ୍ଟ ଇତିହାସରେ ୪ର୍ଥ ଥର ଲାଗି ଗୋଟିଏ ଦିନରେ ୨ଥର ପୂରା ଟିମ୍‌ ଅଲ୍ଆଉଟ ହୋଇଛି । ଏହି ମ୍ୟାଚର ୨ୟ ଦିନରେ ଶୁକ୍ରବାର ଆଫ୍‌ଗାନିସ୍ତାନ ୨ଥର ଆଉଟ୍‌ ହୋଇଛି। ଗୁରୁବାର ବେଙ୍ଗାଲୁରୁର ଏମ୍‌. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଟସ୍‌ ଜିଣି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ଯାଇ ଆଫଗାନିସ୍ତାନ ସମ୍ମୁଖରେ ୪୭୪ ରନ୍‌ର ବିଶାଳ ସ୍କୋର ଛିଡ଼ା କରିଥିଲା। ଜବାବରେ ଆଫଗାନିସ୍ତାନ ନିଜର ପ୍ରଥମ ପାଳିରେ ୧୦୯ ରନ୍‌ ଓ ୨ୟ ପାଳିରେ ୧୦୩ ରନ୍‌ ସଂଗ୍ରହ କର ମ୍ୟାଚ୍‌ ହାରି ଯାଇଛି । ଭାରତ ପ୍ରଥମ ପାଳିର ଆଧାରରେ ଆଫଗାନିସ୍ତାନ ଅପେକ୍ଷା ୩୬୫ ରନ୍‌ ଆଗୁଆ ଥିଲା। ଫଳରେ ଭାରତୀୟ ଅଧିନାୟକ ଆଜିଙ୍କ୍ୟ ରାହାଣେ ଆଫଗାନିସ୍ତାନକୁ ଫଲୋଅନ୍‌ ଦେଇଥିଲେ। ଏହା ପରେ ଆଫଗାନିସ୍ତାନ ଦ୍ୱିତୀୟ ପାଳିରେ ସମସ୍ତ ଓ୍ଵିକେଟ୍‌ ହରାଇ ୧୦୩ ରନ୍‌ ସଂଗ୍ରହ କରିଥିଲା।

ଟେଷ୍ଟ ମ୍ୟାଚ୍‌: ଜାଣନ୍ତୁ କେବେ-କେବେ ଗୋଟିଏ ଦିନରେ ୨ଥର ଆଉଟ ହୋଇଥିଲେ ପୂରା ଟିମ୍‌

୧. ଭାରତ (୫୮ ଓ ୮୨ ରନ୍‌), ଇଂଲଣ୍ଡ ବିପକ୍ଷରେ, ମ୍ୟାଚର ୩ୟ ଦିନ, ୧୯୫୨(ମଞ୍ଚେଷ୍ଟର)
୨. ଜିମ୍ବାେଓ୍ଵ (୫୯ ଓ ୯୯ ରନ୍‌), ନ୍ୟୁଜିଲାଣ୍ଡ ବିପକ୍ଷରେ, ମ୍ୟାଚର ୨ୟ ଦିନ, ୨୦୦୬/୦୬(ହରାରେ)
୩. ଜିମ୍ବାେଓ୍ଵ (୫୧ ଓ ୧୪୩ ରନ୍‌), ନ୍ୟୁଜିଲାଣ୍ଡ ବିପକ୍ଷରେ, ମ୍ୟାଚର ୨ୟ ଦିନ, ୨୦୧୧/୧୨(ନେପିୟର)
୪. ଆଫଗାନିସ୍ତାନ (୧୦୯ ଓ ୧୦୩ ରନ୍‌), ଭାରତ ବିପକ୍ଷରେ, ମ୍ୟାଚର ୨ୟ ଦିନ, ୨୦୧୮(ବେଙ୍ଗାଲୁରୁ)

ଆଫଗାନିସ୍ତାନ ବିପକ୍ଷରେ ଭାରତ ପ୍ରଥମ ପାଳିରେ ୪୭୪ ରନ୍‌ ସଂଗ୍ରହ କରିଥିଲା। ଜବାବରେ ଆଫଗାନିସ୍ତାନ ପ୍ରଥମ ପାଳିରେ ୧୦୯ ରନ୍‌ରେ ସମସ୍ତ ଓ୍ଵିକେଟ ହରାଇଥିଲା। ଭାରତୀୟ ଟିମ୍‌ ପାଇଁ ରବିଚନ୍ଦ୍ରନ ଅଶ୍ୱିନ ସର୍ବାଧିକ ୪ ଓ୍ଵିକେଟ ନେଇଥିବା ବେଳେ ରବୀନ୍ଦ୍ର ଜାଦେଜା ଓ ଈଶାନ୍ତ ଶର୍ମା ୨-୨ ଓ୍ଵିକେଟ୍‌ ନେଇଥିଲେ। ଉମେଶ ଯାଦବଙ୍କୁ ଗୋଟିଏ ଓ୍ଵିକେଟ୍‌ ମିଳିଥିଲା।

୨ଟି ଇନିଂସରେ କେଉଁ ଭାରତୀୟ ବୋଲରଙ୍କୁ କେତେ ଓ୍ଵିକେଟ୍‌

ଉମେଶ ଯାଦବ: ୪ଟି ଓ୍ଵିକେଟ୍‌
ଈଶାନ୍ତ ଶର୍ମା: ୪ଟି ଓ୍ଵକେଟ୍‌
ରବିଚନ୍ଦ୍ରନ ଅଶ୍ୱିନ: ୫ଟି ଓ୍ଵିକେଟ୍‌
ରବୀନ୍ଦ୍ର ଜାଦେଜା: ୬ଟି ଓ୍ଵିକେଟ୍‌

ଦ୍ୱିତୀୟ ପାଳିରେ ଆଫଗାନିସ୍ତାନର ସମସ୍ତ ଖେଳାଳି ୧୦୩ ରନ୍‌ ସଂଗ୍ରହ କରିଥିଲେ। ହସମତୁଲ୍ଲା କେବଳ ଏକ ମାତ୍ର ଖେଳାଳି ଯେ କି ଅପରାଜିତ ୩୬ ରନ୍‌ ସଂଗ୍ରହ କରିଥିଲେ। ସେହିଭଳି ଅସଘର ଷ୍ଟାନିକଜାଇ ୨୫ ରନ୍‌ ଯୋଡ଼ିଥିଲେ। ଆଫଗାନିସ୍ତାନର ଅନ୍ୟ ଖେଳାଳିମାନେ ବେଶୀ ସମୟ କ୍ରିଜରେ ତିଷ୍ଠି ପାରି ନଥିଲେ। ଭାରତ ପକ୍ଷରୁ ରବୀନ୍ଦ୍ର ଜାଦେଜାଙ୍କୁ ୪ଟି ଓ୍ଵକେଟ୍‌ ମିଳିଥିବା ବେଳେ ଉମେଶ ଯାଦବଙ୍କୁ ୩ଟି, ଈଶାନ୍ତ ଶର୍ମାଙ୍କୁ ୨ଟି ଓ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଗୋଟିଏ ଓ୍ଵିକେଟ୍‌ ମିଳିଥିଲା।

ସମ୍ବନ୍ଧିତ ଖବର