ବର୍ମିଂହାମ: ଏଠାରେ ଚାଲିଥିବା ରାଜଗୋଷ୍ଠୀ କ୍ରୀଡାର କୁସ୍ତି ପ୍ରତିଯୋଗିତାରେ ପୁଣି ଏକ ସ୍ବର୍ଣ୍ଣ ପଦକ ପାଇଛି ଭାରତ। ହେଲେ ଭାରତର ପ୍ରତ୍ୟେକ କ୍ଷେତ୍ରରେ ମୁଖ୍ୟ ପ୍ରତିଦ୍ବନ୍ଦୀ ସାଜିଥିବା ପାକିସ୍ତାନକୁ ହରାଇ ଦୀପକ ପୁନିଆଁ ଏହି ସ୍ବର୍ଣ୍ଣ ପଦକ ବଜୟୀ ହୋଇଛନ୍ତି।
ପୁରୁଷ ୮୬ ବର୍ଗରେ ଦୀପକଙ୍କ ସହିତ ମୁକାବିଲା ହୋଇଥିଲା ପାକିସ୍ତାନର ମହମ୍ମଦ ଇନାମଙ୍କ ସହ। ତେବେ ୩-୦ ପଏଣ୍ଟରେ ଦୀପକ ମହମ୍ମଦ ଇନାମଙ୍କୁ ହରାଇ ଦେଇଥିଲେ। ତେବେ ଏହି ସ୍ବର୍ଣ୍ଣ ପଦକୁ ମିଶାଇ ଭାରତ ୯ଟି ସ୍ବର୍ଣ୍ଣପଦକ ହାସଲ କରିଛି। କେବଳ କୁସ୍ତି କ୍ଷେତ୍ରରେ ଏହା ୩ୟ ସ୍ବର୍ଣ୍ଣ ପଦକ। ଭାରତର ବଜରଙ୍ଗ ପୁନିଆଁ ଏବଂ ଦୀପକ ପୁନିଆଁ କୁସ୍ତିରେ ସ୍ବର୍ଣ୍ଣ ଜିତିଥିବାରୁ ସମସ୍ତେ ତାଙ୍କୁ ପ୍ରଶଂସା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/6-3.jpg)