ଭାରତର ଦ୍ବିତୀୟ ବିଜୟ

୧୯ ବର୍ଷରୁ କମ୍‌ ତ୍ରିରାଷ୍ଟ୍ରୀୟ ଶୃଙ୍ଖଳା

ୱ‌େର୍ସଷ୍ଟର: ଇଂଲଣ୍ଡ, ଭାରତ ଓ ବାଂଲାଦେଶକୁ ନେଇ ଆୟୋଜିତ ତ୍ରିରାଷ୍ଟ୍ରୀୟ ଦିନିକିଆ ଶୃଙ୍ଖଳାରେ ଭାରତ ଦ୍ବିତୀୟ ବିଜୟ ପାଇଛି। ପ୍ରଥମ ମ୍ୟାଚ୍‌ରେ ଆୟୋଜକ ଇଂଲଣ୍ଡକୁ ୫ ୱିକେଟ୍‌ରେ ହରାଇଥିବା ଭାରତ ବୁଧବାର ଦ୍ବିତୀୟ ମ୍ୟାଚ୍‌ରେ ବାଂଲାଦେଶକୁ ୩୫ ରନ୍‌ରେ ପରାସ୍ତ କରି ପଏଣ୍ଟ୍‌ ଟେବୁଲର ଶୀର୍ଷ ସ୍ଥାନ ଦଖଲ କରିଛି। ବୁଧବାର ଟସ୍‌ ଜିତି ବ୍ୟାଟିଂ କରିଥିବା ଭାରତ ଅଧିନାୟକ ପ୍ରିୟମ ଗର୍ଗ (୧୦୦*)ଙ୍କ ଅପରାଜିତ ଶତକ ବଳରେ ୫ ୱିକେଟ୍‌ ହରାଇ ୨୬୪ ରନ୍‌ କରିଥିଲା। ଅନ୍ୟମାନଙ୍କ ମଧ୍ୟରେ ଯଶସ୍ବୀ ଜୟସ୍ବାଲ (୬୩) ଅର୍ଧଶତକ ହାସଲ କରିଥିଲା ବେଳେ ଧ୍ରୁବ ଜୟସ୍ବାଲ ୩୪ ରନ୍‌‌ କରିଥିଲେ। ବାଂଲାଦେଶ ପକ୍ଷରୁ ମୃତ୍ୟୁଞ୍ଜୟ ଚୌଧୁରୀ ୨ ୱିକେଟ୍‌‌ ନେଇଥି‌ଲେ। ଜବାବରେ ବାଂଲାଦେଶ ୪୭.୧ ଓଭରରେ ୨୨୯ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଆକବଲ୍‌ ଅଲୀ ୫୬, ସାମିମ ହସେନ୍‌ ୪୬ ଓ ତାଞ୍ଜିଦ ହାସନ ୪୪ ରନ୍‌ କରିଥିଲେ। ଭାରତ ପକ୍ଷରୁ କାର୍ତ୍ତିକ ତ୍ୟାଗୀ (୯.୧-୩-୧୬-୪) ଏବଂ ଶୁଭଙ୍ଗ ହେଗଡ଼େ (୧୦-୦-୫୯-୩) ବୋଲିଂ ସଫଳତା ପାଇଥିଲେ।

ସମ୍ବନ୍ଧିତ ଖବର