ବିଶାଖାପାଟଣା ଟେଷ୍ଟ: ଦକ୍ଷିଣ ଆଫ୍ରିକାକୁ ୨୦୩ ରନ୍‌ରେ ପରାସ୍ତ କଲା ଭାରତ, ସାମି-ଜାଦେଜା ନେଲେ ୯ ଓ୍ଵିକେଟ୍‌

ବିଶାଖାପାଟଣା: ଦକ୍ଷିଣ ଆଫ୍ରିକାକୁ ଭାରତ ରବିବାର ଟେଷ୍ଟ ଶ୍ୟଙ୍ଖଳାର ପ୍ରଥମ ମୁକାବିଲାରେ ୨୦୩ ରନ୍‌ରେ ପରାସ୍ତ କରିଛି। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ଓ୍ଵାଇ ଏସ୍‌ ରାଜଶେଖର ରେଡ୍ଡୀ ଷ୍ଟାଡିୟମରେ ଭାରତ ଏହି ଟେଷ୍ଟ ଜିତିବା ସହ ୧-୦ରେ ଅଗ୍ରଣୀ ରହିଛି। ଦକ୍ଷିଣ ଆଫ୍ରିକା ଟିମ୍‌ର ଦ୍ୱିତୀୟ ପାଳିରେ ମହମ୍ମଦ ସାମି ୩୫ ରନ୍‌ ଦେଇ ୫ଟି ଓ୍ଵିକେଟ ନେଇଛନ୍ତି। ସେହିଭଳି ରବୀନ୍ଦ୍ର ଜାଦେଜା ୮୭ ରନ୍‌ ଦେଇ ୪ଟି ଓ୍ଵିକେଟ ନେଇଛନ୍ତି।

ମ୍ୟାଚର ପଞ୍ଚମ ଦିନରେ ଭାରତକୁ ବିଜୟ ପାଇଁ ୯ଟି ଓ୍ଵିକେଟ ଦରକାର ଥିଲା। ଏକ ବଡ଼ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତ ମଧ୍ୟାହ୍ଣ ଭୋଜନ ବିରତି ପୂର୍ବରୁ ମ୍ୟାଚ ଜିତିଥିଲା। ଚା’ ବିରତି ପୂର୍ବରୁ ସାମି ଓ ଜାଦେଜା ଦକ୍ଷିଣ ଆଫ୍ରିକାର ୭ ଜଣ ବ୍ୟାଟସ୍‌ମ୍ୟାନଙ୍କୁ ପାଭଲିଅନ ଫେରାଇଥିଲେ।

Zee News

ଭାରତ ତରଫରୁ ୩୯୫ ରନ୍‌ ବିଜୟ ଟାର୍ଗେଟ ମିିଳବା ପରେ ଚତୁର୍ଥ ଦିନର ଖେଳ ଶେଷ ବେଳକୁ ଶନିବାର ଦକ୍ଷିଣ ଆଫ୍ରିକା ୯ ଓଭରରେ ଗୋଟିଏ ଓ୍ଵିକେଟ ହରାଇ ୧୧ ରନ୍‌ କରିଥିଲା। ଫଳରେ ଭାରତ ଠାରୁ ଦକ୍ଷିଣ ଆଫ୍ରିକା ୩୮୪ ରନ୍‌ ପଛରେ ଥିଲା। ଭାରତ ପ୍ରଥମ ପାଳିରେ ୭ ଓ୍ଵିକେଟ ହରାଇ ୫୦୨ ରନ୍‌ କରିବା ପରେ ପାଳି ଘୋଷଣା କରିଥିଲା। ସେହିପରି ଦ୍ୱିତୀୟ ପାଳିରେ ୪ ଓ୍ଵିକେଟ ହରାଇ ୩୨୩ ରନ୍‌ କରିବା ପରେ ଭାରତ ପାଳି ଘୋଷଣା କରିଥିଲା। ଦକ୍ଷିଣ ଆଫ୍ରିକା ପ୍ରଥମ ପାଳିରେ ୪୩୧ ରନ୍‌ ଓ ଦ୍ୱିତୀୟ ପାଳିରେ ୧୯୧ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା।

ସମ୍ବନ୍ଧିତ ଖବର