ଭାରତର ବିଶ୍ବକପ୍ ପୂର୍ବ ସୂଚୀ

ମେ ୨୨: ମୁମ୍ବାଇରୁ ଯାତ୍ରା ଆରମ୍ଭ କରି ଲଣ୍ଡନରେ ପହଞ୍ଚିବ।
ମେ ୨୩: ବିଶ୍ରାମ ଦିବସ/ ଦଳୀୟ ଖସଡ଼ା ଅନୁସରଣ/ ଦଳୀୟ ପରିଚାଳନାମଣ୍ଡଳି ସହ ସାକ୍ଷାତ ପରେ ସଂପୂର୍ଣ୍ଣ ଦଳକୁ ନେଇ ବୈଠକ। ଖେଳାଳିଙ୍କ ମତ ଏବଂ ପରାମର୍ଶ ପରେ ପ୍ରଥମ ମ୍ୟାଚ୍ ପୂର୍ବ ୮ ଦିନର ସୂଚୀକୁ ନେଇ ବିସ୍ତୃତ ଆଲୋଚନା।
ମେ ୨୪: ଓଭାଲରେ ପ୍ରଥମ ପୂର୍ଣ୍ଣକାଳୀନ ଅଭ୍ୟାସ ଅଧିବେଶନ। ସମସ୍ତ ଅଧିନାୟକଙ୍କୁ ନେଇ ଗଣମାଧ୍ୟମକୁ ଭେଟିବା କାର୍ଯ୍ୟକ୍ରମ। ଆଇସିସିର ଦୁର୍ନୀତି ନିବାରଣ ଏବଂ ଡୋପିଂ ନିରୋଧୀ କର୍ମଶାଳାରେ ଯୋଗଦାନ। ଫଟୋ ସୁଟ୍।
ମେ ୨୫: ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ଅଭ୍ୟାସ ମ୍ୟାଚ୍ (ଭାରତୀୟ ସମୟ ଅପରାହ୍ନ ୩ଟା)
ମେ ୨୬: ସଡ଼କ ପଥରେ କାର୍ଡିଫ ଯାତ୍ରା। ପ୍ରଥମ ଅଭ୍ୟାସ ମ୍ୟାଚ୍‌କୁ ନେଇ ଦଳୀୟ ବୈଠକ।
ମେ ୨୭: ସୋଫିଆ ଗାର୍ଡେନରେ ଅଭ୍ୟାସ ପରେ ସାମ୍ବାଦିକ ସମ୍ମିଳନୀରେ ଯୋଗଦାନ। ବରିଷ୍ଠ ଖେଳାଳି ଏବଂ ସହକାରୀ ଅଧିକାରୀଙ୍କ ମଧ୍ୟରେ ବୈଠକ।
ମେ ୨୮: ସୋଫିଆ ଗାର୍ଡେନରେ ବାଂଲାଦେଶ ବିପକ୍ଷରେ ଦ୍ବିତୀୟ ଅଭ୍ୟାସ ମ୍ୟାଚ୍ ( ଭାରତୀୟ ସମୟ ଅପରାହ୍ନ ୩ଟା)
ମେ ୨୯: ଅଧିନାୟକ ବିରାଟ କେହଲିଙ୍କୁ ଛାଡ଼ି ଅନ୍ୟ ସମସ୍ତ ‌ଖେଳାଳିଙ୍କ ସାଉଥମ୍ପଟନ୍ ଯାତ୍ରା। କୋହଲି ଲଣ୍ଡନର ବକିଂହାମ ପ୍ୟାଲେସ୍ ଯିବେ। ବ୍ରିଟେନ୍ ରାଣୀଙ୍କ ତରଫରୁ ଆୟୋଜିତ ହେବାକୁ ଥିବା ଚା’ ପାର୍ଟିରେ ବିଶ୍ବକପ୍‌ର ସବୁ ଦଳର ଅଧିନାୟକ ଯୋଗଦେବେ।
ମେ ୩୦: ସାଉଥମ୍ପଟନରେ ବିଶ୍ରାମ
ମେ ୩୧: ଦକ୍ଷିଣ ଆଫ୍ରିକା ବିପକ୍ଷ ବିଶ୍ବକପ୍ ମ୍ୟାଚ୍ ପୂର୍ବରୁ ପ୍ରଥମ ଅଭ୍ୟାସ ଅଧିବେଶନ। ସାମ୍ବାଦିକ ସମ୍ମିଳନୀରେ ଯୋଗଦାନ।

ସମ୍ବନ୍ଧିତ ଖବର