ତାସକେଣ୍ଟ: ଭାରତୀୟ ତୀରନ୍ଦାଜମାନେ ଚମତ୍କାର ପ୍ରଦର୍ଶନ କରି ଏଠାରେ ଚାଲିଥିବା ଏସିଆ କପ୍‌ ‌ଷ୍ଟେଜ୍‌-୨ ବିଶ୍ବ ରୢାଙ୍କିଂ ପ୍ରତିଯୋଗିତାରେ ୪ ପଦକ ପକ୍କା କରିଛନ୍ତି। ଉଭୟ ରିକର୍ଭ ଓ କମ୍ପାଉଣ୍ଡ ବର୍ଗରେ ଭାରତର ସମସ୍ତ ୪ଟି ଯାକ ଦଳ ମଙ୍ଗଳବାର ଫାଇନାଲ୍‌ ପହଞ୍ଚି ଏହି ପଦକ ନିଶ୍ଚିତ କରିଛନ୍ତି। ମୃନାଲ ଚୌହାନ, ତୁଷାର ସେଲକେ ଓ ଜୟନ୍ତ ତାଲୁକଦାଙ୍କୁ ନେଇ ଗଠିତ ଭାରତୀୟ ପୁରୁଷ ରିକର୍ଭ ଦଳ ସେମିଫାଇନାଲ୍‌ରେ ଆୟୋଜକ ଉଜ୍‌ବେକିସ୍ତାନର ଚେନ୍‌ ୟ‌ାଓ ୟୁ, ମିର୍ଜାଓଲ କାରୋରୋଭ ଓ ଅମିରଖାନ ସାଦିକୋଭଙ୍କୁ ୬-୦ (୫୬-୫୪, ୫୭-୫୪, ୫୬-୫୩)ରେ ପରାସ୍ତ କରିଥିଲେ।

Advertisment

ଶୁକ୍ରବାର ଫାଇନାଲ୍‌ରେ ଏହି ଦଳ ଚୀନ୍‌କୁ ଭେଟିବ। ସଂଗୀତା, ପ୍ରାଚୀ ସିଂହ ଓ ତନିଶା ବର୍ମାଙ୍କୁ ନେଇ ଗଠିତ ଭାରତୀୟ ମହିଳା ରିକର୍ଭ ଦଳ ୫-୪ (୫୩-୫୪, ୫୬-୪୯, ୫୨-୫୦, ୫୨-୫୪, ୨୬*-୨୬) ଟାଇବ୍ରେକରରେ ଉଜ୍‌ବେକିସ୍ତାନକୁ ହରାଇଥିଲା। ଭାରତ ସ୍ବର୍ଣ୍ଣ ପଦକ ମୁକାବିଲାରେ ଚୀନ୍‌କୁ ଭେଟିବ। ଅଭିଷେକ ବର୍ମା, କୁଶାଲ ଦଲାଲ ଓ ଅମିତଙ୍କୁ ନେଇ ଗଠିତ ଭାରତୀୟ କମ୍ପାଉଣ୍ଡ ପୁରୁଷ ଦଳ ୨୩୬-୨୨୧ରେ ସାଉଦି ଆରବକୁ ହରାଇ ଫାଇନାଲ୍‌ରେ ପହଞ୍ଚିଥିଲା ସେହିପରି ପରିଣୀତ କୌର, ପ୍ରଗତୀ ଓ ରାଗିନୀଙ୍କୁ ନେଇ ଗଠିତ ଭାରତୀୟ କମ୍ପାଉଣ୍ଡ ମହିଳା ଦଳ କ୍ବାଲିଫିକେସନ ରାଉଣ୍ଡରେ ଶୀର୍ଷରେ ରହି ଫାଇନାଲ୍‌ରେ ପହଞ୍ଚିଥିଲା। ଭାରତର ଉଭୟ ପୁରୁଷ ଓ ମହିଳା ଦଳ ଫାଇନାଲ୍‌ରେ ହଂକଂକୁ ଭେଟିବ।