ବେଙ୍ଗାଲୁରୁ: ସଂପ୍ରତି ଭାରତ ଗସ୍ତରେ ଥିବା ଦକ୍ଷିଣ ଆଫ୍ରିକା-ଏ ଦଳ ଶନିବାରଠୁ ଆରମ୍ଭ ହୋଇଥିବା ଭାରତ-ଏ ବିପକ୍ଷ ପ୍ରଥମ ଟେଷ୍ଟ୍ର ପ୍ରଥମ ଦିବସରେ ୮ ଓ୍ଵିକେଟ୍ ହରାଇ କରିଛି ୨୪୬ ରନ୍। ଭାରତୀୟ ବୋଲରଙ୍କ କମାଲ୍ ଯୋଗୁଁ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ଭ୍ରମଣକାରୀ ଦଳ ୨୦ ରନ୍ ବେଳକୁ ୨ ଓ୍ଵିକେଟ୍ ହରାଇ ସଂକଟରେ ପଡ଼ିଥିଲା। ମଧ୍ୟକ୍ରମରେ ଦଳ ଭଲ ବ୍ୟାଟିଂ କରି ସ୍ଥିତି ସୁଧାରି ନେଇଥିଲା। ବିଶେଷକରି ଓ୍ଵିକେଟ୍ରକ୍ଷକ ରୁଡି ସେକେଣ୍ଡ୍ (୯୪)ଙ୍କ ଚିତାକର୍ଷକ ଅର୍ଧଶତକ ସାଙ୍ଗକୁ ସାରେଲ୍ ଇର୍ଓ୍ଵିଙ୍କ ୪୭, ଅଧିନାୟକ ଖାୟା ଜୋଣ୍ଡୋଙ୍କ ୨୪, ସେନୁରାନ୍ ମୁଥୁସ୍ୱାମୀଙ୍କ ୨୩, ଭନ୍ ବର୍ଗଙ୍କ ୧୫ ଓ ସିବୋଟୋଙ୍କ ଅପରାଜିତ ୧୩ ରନ୍ ବଳରେ ଦକ୍ଷିଣ ଆଫ୍ରିକା ୨୫୦ ରନ୍ ପାଖାପାଖି ପହଞ୍ଚିଯାଇଛି। ୩ ଦ୍ରୁତ ବୋଲର ମହମ୍ମଦ ସିରାଜ୍ (୩/୫୬), ନଭ୍ଦୀପ୍ ସଇନି (୨/୪୭), ରଜନୀଶ ଗୁର୍ବାନୀ (୨/୪୭) ଓ ସ୍ପିନର୍ ୟୁଜ୍ବେନ୍ଦ୍ର ଚହଲ୍ (୧/୫୪) ପ୍ରଭାବୀ ବୋଲିଂ କରି ୮୮ ଓଭର ଭିତରେ ମିଳିତ ଭାବେ ୮ ଓ୍ଵିକେଟ୍ ଦଖଲ କରି ଭାରତକୁ ପ୍ରଥମ ଦିବସର ସମ୍ମାନ ଦେଇଛନ୍ତି।
ଭାରତୀୟ ବୋଲରଙ୍କ କମାଲ୍; ଦକ୍ଷିଣ ଆଫ୍ରିକା ୨୪୬/୮
ପ୍ରଥମ ଯୁବ ଟେଷ୍ଟ
/sambad/media/post_attachments/wp-content/uploads/2018/08/ball-bat.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)