ଚେନ୍ନାଇ ସୁପର୍ କିଙ୍ଗ୍ସ ଭଳି ରାଜସ୍ଥାନ ରୟାଲସର ପ୍ରତ୍ୟାବର୍ତନ ପରୀ କାହାଣୀ ଭଳି ହୋଇନାହିଁ। ଯଦି ସବୁଠାରୁ କିଛି ବିପର୍ଯ୍ୟୟର କଥା ଥାଏ, ତାହା ହେଉଛି ଦଳ ୧୨୫ ରନ୍ରେ ସୀମିତ ରହିବା। ସନ୍ ରାଇଜର୍ସ ହାଇଦ୍ରାବାଦ ଅଧିନାୟକ କେନ୍ ଓ୍ଵିଲିୟମ୍ସନ୍ଙ୍କ ପ୍ରଶଂସନୀୟ ନେତୃତ୍ୱ ହିଁ ଫରକ ପକାଇଥିଲା। ପଡ଼ିଆରେ ସେ ଶୀର୍ଷଶ୍ରେଣୀୟ କ୍ୟାଚ୍ ନେବା ପରେ ଶିଖର ଧାଓ୍ଵନଙ୍କ ସହ ବଡ଼ ଭାଗୀଦାରି କରି ମ୍ୟାଚ୍କୁ ଏକତରଫା କରି ଦେଇଥିଲେ। ସଂଜୁ ସାମସନ୍ଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ରାଜସ୍ଥାନ ରୟାଲ୍ସ ଖେଳାଳି ତାଙ୍କ ସାଥୀରେ ରହିନଥିଲେ। ଶିଖର ଧାଓ୍ଵନ ଖାତା ଖୋଲିବା ପୂର୍ବରୁ ରାହାଣେଙ୍କୁ ଦେଇଥିବା ସିଧାସଳଖ କ୍ୟାଚ୍ ହାତଛଡ଼ା କରିବା ମଧ୍ୟ ଫରକ ପକାଇଥିଲା। ଏହି ବାମହାତୀ ଖେଳାଳି ବିସ୍ଫୋରକ ପାଳି ଖେଳି ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ହାଇଦ୍ରାବାଦ ପାଇଁ ଏହା ସହଜ ବିଜୟ ଥିଲା। ତେବେ ରାଜସ୍ଥାନକୁ ଏହି ଖରାପ ଆରମ୍ଭରୁ ତୁରନ୍ତ ବାହାରିଯିବାକୁ ହେବ। ଦଳ ଯଦି ବିସ୍ଫୋରକ ରୂପ ନିଏ ତେବେ ଦିଲ୍ଲୀ ପାଇଁ ଏହାର ସମକକ୍ଷ ହେବାକୁ ନିଶ୍ଚିତ ଡେୟାର ଡେଭିଲ୍ସ ଖୋଜିବାକୁ ପଡ଼ିବ।
ପ୍ରଥମ ମ୍ୟାଚ୍ ତୁଳନାରେ ଦିଲ୍ଲୀ ବୋଲରଙ୍କୁ କିନ୍ତୁ ଉନ୍ନତ ଲାଇନ୍ରେ ବୋଲିଂ କରିବାକୁ ପଡ଼ିବ। ଗତ ମ୍ୟାଚ୍ରେ ଲୋକେଶ ରାହୁଲ ଏବଂ କରୁଣ ନାୟାରଙ୍କଠାରୁ ବିସ୍ଫୋରକ ପାଳି ମିଳିବା ପରେ ଦିଲ୍ଲୀ ପାଇଁ ମ୍ୟାଚ୍ ଏକ ପ୍ରକାର ଶେଷ ହୋଇଯାଇଥିଲା। ଏବେ ଆଇପିଏଲ୍ ଆରମ୍ଭ ହୋଇଛି ମାତ୍ର। ଅଧିକାଂଶ ଦଳ ସେମାନଙ୍କ ଚୂଡାନ୍ତ ଏକାଦଶକୁ ଲୟରେ ପାଇନାହାନ୍ତି। ନୂଆ ଋତୁର ପ୍ରଥମ କିଛି ମ୍ୟାଚ୍ରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ଏଥର ମଧ୍ୟ ଅଲରାଉଣ୍ଡରଙ୍କ ପ୍ରାଧାନ୍ୟ ରହିବ। ପିଚ୍ କ୍ରମଶଃ ଥକିଯିବା ପରେ ଲିଗ୍ର ଦ୍ୱିତୀୟାର୍ଧରେ ନିଶ୍ଚିତ ସ୍ପିନରଙ୍କ ପ୍ରଭାବ ରହିବ। ସେହି କାରଣରୁ ପ୍ରଥମାର୍ଧରେ ଯେଉଁ ଦଳ ଭଲ ବ୍ୟାଟିଂ କରି ୨୦୦ ରନ୍ ପାଖାପାଖି କରିବ ଜିତିବା ସମ୍ଭାବନା ରଖିବ। (ପିଏମ୍ଜି/ଇଏସ୍ପି)
ଦିଲ୍ଲୀଠୁ ଉନ୍ନତ ବୋଲିଂ ଆବଶ୍ୟକ
ସୁନୀଲ ଗାଭାସ୍କର
/sambad/media/post_attachments/wp-content/uploads/2018/04/cricketstumpscropped_17q224x73taln1idz2dqafuncw-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)