ନୂଆଦିଲ୍ଲୀ : ଭାରତୀୟ ମୁଷ୍ଟିଯୋଦ୍ଧାମାନେ ଏବେ ଆସନ୍ତା ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ଜର୍ମାନିରେ ଆୟୋଜିତ କୋଲନ୍ ବିଶ୍ବକପ୍ରେ ଭାଗ ନେବା ସମ୍ଭାବନା ସୃଷ୍ଟି ହୋଇଛି। ଭାରତୀୟ ମୁଷ୍ଟିଯୁଦ୍ଧ ସଂଘ (ବିଏଫଆଇ)ର ପ୍ରୟାସ ଯୋଗୁଁ ମୁଷ୍ଟିଯୋଦ୍ଧା ଏବଂ ଏବଂ ପ୍ରଶିକ୍ଷକ ସହଯୋଗୀମାନଙ୍କ ପାଇଁ ଭିସା ଆବେଦନ ସମୟ ୧୦ ଦିନ ବୃଦ୍ଧି ପାଇଥିବାରୁ ପ୍ରତିଯୋଗୀମାନେ ବିଶ୍ବକପ୍ରେ ଅଂଶଗ୍ରହଣ କରିବାର ସୁଯୋଗ ପାଇଯାଇଛନ୍ତି। ଏହି ଖବର ଶୁଣିବା ପାଇଁ ଉଭୟ ପ୍ରତିଯୋଗୀ ଓ ପ୍ରଶିକ୍ଷକମାନେ ବ୍ୟାକୁଳତାର ସହ ଅପେକ୍ଷା କରିଥିଲେ। ଶେଷରେ ସେମାନଙ୍କ ଭିସା ସମୟ ବୃଦ୍ଧି ଭଳି ଶୁଭ ଖବର ବୁଧବାର ମିଳିଯାଇଥିଲା। ଫଳରେ କୋଲନ୍ ବିଶ୍ବକପ୍କୁ ଏକ ୧୩ ଜଣିଆ ଦଳ (୮ ପୁରୁଷ ଓ ୫ ମହିଳା) ସହ ୬ ଜଣ ପ୍ରଶିକ୍ଷକ, ଡାକ୍ତର କରନଜିତ୍ ସିଂହ ଏବଂ ଅନ୍ୟ ଦୁଇ ଜଣ ଫିଜିଓ ଗୁରୁବାର ଆସିସିରୁ ଫ୍ରାଙ୍କ୍ଫର୍ଟ ବିମାନ ବନ୍ଦରରେ ପହଞ୍ଚି ଯାଇଥିଲେ। ଏହାପରେ ସେଠାରୁ କୋଲନ୍ ଅଭିମୁଖେ ଯାତ୍ରା କରିଥିଲେ। ବିମାନ ବନ୍ଦରରେ ସେମାନଙ୍କ କରୋନା ପରୀକ୍ଷା କରାଯାଇଥିଲା ବେଳେ ସମସ୍ତଙ୍କ ରିପୋର୍ଟ ନେଭେଟିଭ୍ ଆସିଥିଲା। ଭାରତୀୟ ଦଳ ଆସନ୍ତା ୨୧ ତାରିଖରେ ସ୍ବଦେଶ ଫେରିବ।
ଏହି ପ୍ରତିଯୋଗିତା ବିଶେଷକରି ଦେଶର ମହିଳା ମୁଷ୍ଟିଯୋଦ୍ଧାମାନଙ୍କୁ ପ୍ରଥମ ଥର ଲାଗି ଲକ୍ଡାଉନ୍ ପରେ ପଦକ ଅମଳର ସୁଯୋଗ ଦେବ। ପୁରୁଷ ମୁଷ୍ଟିଯୋଦ୍ଧାମାନେ ଅବଶ୍ୟ ଅକ୍ଟୋବର ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ଫ୍ରାନ୍ସର ନାଣ୍ଟେସ୍ଠାରେ ଆୟୋଜିତ ଆଲେକ୍ସିସ୍ ଭାଷ୍ଟିନେ ଇଣ୍ଟନନ୍ୟାସ୍ନାଲ ପ୍ରତିଯୋଗିତାରେ ଭାଗ ନେଇଥିଲେ। ହେଲେ କୋଲନ୍ ବିଶ୍ବକପ୍ର ସ୍ତର ଅନ୍ୟଠୁ ଭିନ୍ନ। ଏହି ବିଶ୍ବକପ୍ର ନୂଆ ଅଫିସିଆଲ ନାମ ସମ୍ମାନଜନକ କେମେଷ୍ଟ୍ରି କପ୍ ରହିଛି। ଯାହାକୁ କି ୟୁରୋପୀୟ ମୁଷ୍ଟିଯୁଦ୍ଧ ମହାସଂଘ ୧୯୭୦ ମସିହାରୁ ଆୟୋଜନ କରିଆସୁଛି। ଏଥର ବିଶ୍ବକପ୍ରେ ୮ ରାଷ୍ଟ୍ର (ଭାରତ, ଫ୍ରାନ୍ସ, ନେଦରଲାଣ୍ଡ୍, ବେଲ୍ଜିୟମ୍, ପୋଲାଣ୍ଡ, କ୍ରୋଏସିଆ, ୟୁକ୍ରେନ୍ ଓ ଜର୍ମାନି)ର ୧୦୦ ପା ଖାପାଖି ମୁଷ୍ଟିଯୋଦ୍ଧା ଭାଗନେବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/EWb-TonUcAAcIfc_0.jpeg)