ବର୍ମିଂହାମ : ବର୍ମିଂହାମ ଟେଷ୍ଟରେ ଭାରତ ୩୩୬ ରନରେ ବିଜୟୀ ହୋଇଛି । ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିଥିଲା । ଭାରତ ନିଜର ପ୍ରଥମ ଇନିଂସରେ ୫୮୭ ରନ କରିଥିବାବେଳେ ଇଂଲଣ୍ଡ ନିଜର ପ୍ରଥମ ଇନିଂସରେ ୪୦୭ ରନ କରିଥିଲା । 

Advertisment

ଏହା ପରେ ଭାରତ ନିଜର ୨ୟ ଇନିଂସରେ ଶୁବମନ ଗିଲଙ୍କ ଶତକ ବଳରେ ୪୨୭ ରନ କରିଥିଲା ଓ ଇଂଲଣ୍ଡ ଆଗରେ ୬୦୮ ରନର ଏକ ବିଶାଳ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । ଏହି ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ଜୁଲାଇ ୧୦ ତାରିଖରେ ଖେଳାଯିବ।

ଭାରତୀୟ ଟିମର ଏହି ଐତିହାସିକ ବିଜୟରେ ଅଧିନାୟକ ଶୁଭମନ ଗିଲଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଚମତ୍କାର ପ୍ରଦର୍ଶନ ପାଇଁ ଶୁଭମନଙ୍କୁ ‘ପ୍ଲେୟର ଅଫ ଦ ମ୍ୟାଚ’ରେ ପୁରସ୍କୃତ କରାଯାଇଛି।

ଏହି ପୁରସ୍କାର ପାଇବା ପରେ ଶୁଭମନ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ। ଏହି ଅବସରରେ ସେ ସେହି ଇଂରାଜୀ ରିପୋର୍ଟଙ୍କୁ ଖୋଜିଥିଲେ ଯିଏକି ଟେଷ୍ଟ ମ୍ୟାଚର ଆରମ୍ଭ ସମୟରେ ଏଜବାଷ୍ଟନରେ ଭାରତୀୟ ଟିମର ରେକର୍ଡ ଉପରେ ପ୍ରଶ୍ନ ଉଠାଇଥିଲେ।

ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ଶୁଭମନ କହିଥିଲେ, ‘ମୁଁ ମୋର ସେହି ପ୍ରିୟର ସାମ୍ବାଦିକଙ୍କୁ ଦେଖିବାକୁ ପାଉନାହିଁ। ସେ କାହାନ୍ତି। ମୁଁ ତାଙ୍କୁ ଦେଖିବାକୁ ଚାହୁଁଛି। ଯିଏକି ଏଜବାଷ୍ଟନରେ ଭାରତୀୟ ଟିମର ରେକର୍ଡ ଉପରେ ପ୍ରଶ୍ନ ଉଠାଇଥିଲେ।

 ଟେଷ୍ଟ ମ୍ୟାଚ ପୂର୍ବରୁ ବି ଏହି କଥା କହିଥିଲି କି ମୁଁ ଇତିହାସ ଓ ପରିସଂଖ୍ୟାନକୁ ବିଶ୍ବାସ କରେ ନାହିଁ। ୫୮ବର୍ଷ ମଧ୍ୟରେ ମୁଁ ଏଠାରେ ୯ଟି ମ୍ୟାଚ ଖେଳିଛି। ଭିନ୍ନଭିନ୍ନ ଟିମ ସହିତ ମୁଁ ଏଠାକୁ ଆସିଛି।ମୋ ମତ ଏଯାବତ ଯେତେ ବି ଟିମ ଆସିଛନ୍ତି ଏହା ହେଉଛି ସବୁଠାରୁ ଭଲ ଟିମ ଯିଏକି ଇଂଲଣ୍ଡ ଆସିଛି।’