ପୂର୍ବ କ୍ରିକେଟରଙ୍କ ବଡ଼ ବୟାନ: ମୋ ପାଇଁ ବିରାଟ ମହାନ ଅଧିନାୟକ ‌ନୁହନ୍ତି ବୋଲି କହିଲେ ସଞ୍ଜୟ ମଞ୍ଜରେକର

ନୂଆଦିଲ୍ଲୀ: ଟେଷ୍ଟ, ଦିନିକିଆ ଏବଂ ଟି-୨୦ ଫର୍ମାଟରେ ଅଧିନାୟକ ଭାବରେ ବିରାଟ କୋହଲିଙ୍କ ଅନନ୍ୟ ସଫଳତା ସତ୍ତ୍ବେ ତାଙ୍କୁ ମହାନ ଅଧିନାୟକମାନଙ୍କ ତାଲିକାରେ ସାମିଲ କରିନାହାନ୍ତି ପୂର୍ବତନ କ୍ରିକେଟର ସଞ୍ଜୟ ମଞ୍ଜରେକର୍। ଅନେକ ବିଶେଷଜ୍ଞ ଏବଂ ପ୍ରଶଂସକ ବିରାଟ କୋହଲିଙ୍କୁ ମହାନ ଅଧିନାୟକ ବର୍ଗରେ ରଖୁ ନଥିବା ଜଣାପଡ଼ିଛି। ଭାରତୀୟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ୍ ସଞ୍ଜୟ ମଞ୍ଜରେକର ମଧ୍ୟ ବିରାଟ କୋହଲିଙ୍କୁ ଆଇସିସି ଟ୍ରଫିରେ ସଫଳ ହୋଇ ନ ଥିବାରୁ ମହାନ ଅଧିନାୟକଙ୍କ ତାଲିକାରେ ରଖି ନଥିବା ଜଣାପଡ଼ିଛି।

୮୦ ଓ ୯୦ ଦଶକରେ ଭାରତ ପାଇଁ ଖେଳିଥିବା ସଞ୍ଜୟ ମାଞ୍ଜରେକର କହିଛନ୍ତି ଯେ, ଆଇସିସି ଟୁର୍ଣ୍ଣାମେଣ୍ଟରେ ଖେଳାଳିଙ୍କ ପ୍ରଦର୍ଶନକୁ ନେଇ ସେ ମହାନ ଅଧିନାୟକ କି ନାହିଁ ମୁଁ ବିଚାର କରେ। କାରଣ ଆଇସିସି ଟୁର୍ଣ୍ଣାମେଣ୍ଟରେ ଖେଳି ଜିତିବା ଜଣେ ଖେଳାଳି ପାଇଁ ପ୍ରକୃତ ପରୀକ୍ଷା ହୋଇଥାଏ।

Virat Kohli Wants To Make Himself Unsackable As Captain, Asserts Sanjay Manjrekar
cricket Addictor

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ଆମେ ମହାନ ଅଧିନାୟକଙ୍କ ବିଷୟରେ କହିବା ତେବେ ସେଥିରେ ଧୋନିଙ୍କୁ ଅନ୍ତର୍ଭୁକ୍ତ ନକରିବା ଭୁଲ ହେବ। କାରଣ ସେ ଦୁଇଦୁଇଟି ୱାର୍ଲଡ୍ କପ୍ ଭାରତକୁ ଦେଇଛନ୍ତି। କପିଲ ଦେବଙ୍କ ଭଳି ଅଧିନାୟକ ଦଳକୁ ଅସୁବିଧାରୁ ଟାଣି ବାହାର କରିଥିଲେ ଓ ବିଶ୍ବବିଜୟୀ କରିଥିଲେ। ସେହିପରି ସୌରଭ ଗାଙ୍ଗୁଲି ଅଧିନାୟକ ଥିବା ବେଳେ ମ୍ୟାଚ୍ ଫିକ୍ସିଂ ଦୁର୍ନୀତିରେ ଫସିବା ପରେ ବି ବିଦେଶରେ ଦେଶକୁ ଜିତାଇଥିଲେ। ସୁନୀଲ ଗାଭାସ୍କର ମଧ୍ୟ ଏଥିରେ ସାମିଲ ଥିଲେ। ବିରାଟଙ୍କ ପୂର୍ବରୁ ତାଙ୍କ ଅପେକ୍ଷା ବହୁତ ଭଲ ଅଧିନାୟକ ଥିଲେ। ମୋ ପାଇଁ ସେମାନେ ମହାନ ଅଧିନାୟକ ଅଟନ୍ତି। ଯେଉଁଭଳି ଭାବେ ସେମାନେ ଭାରତୀୟ କ୍ରିକେଟକୁ ଉପରକୁ ନେଇଥିଲେ ସେଥିପାଇଁ ମୁଁ ବିରାଟଙ୍କ ଅପେକ୍ଷା ସେମାନଙ୍କୁ ମହାନ ବୋଲି ଭାବୁଛି।

ସମ୍ବନ୍ଧିତ ଖବର