ନୂଆଦିଲ୍ଲୀ: ଦଶନ୍ଧିରୁ ଊର୍ଧ୍ବ ସମୟ ଧରି ଭାରତୀୟ କ୍ରିକେଟ୍ରେ ନିରନ୍ତର ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି। ସିମ୍, ସ୍ବିଙ୍ଗ୍ ଓ ଦ୍ରୁତ ବୋଲି˚ କ୍ଷେତ୍ରରେ ଭାରତ ବହୁତ ଉନ୍ନତି କରିଥିବା ନ୍ୟୁଜିଲାଣ୍ତର କିଂବଦନ୍ତି କ୍ରିକେଟର୍ ଗ୍ଲେନ୍ ଟର୍ନର ଏକ ସାକ୍ଷାତକାରରେ କହିଛନ୍ତି। ୧୯୭୦ ମସିହା ବେଳକୁ ଯେତେବେଳେ ସ୍ପିନ୍ ବୋଲି˚ର ଆଧିପତ୍ୟ ରହୁଥିଲା, ସେତେବେଳେ ୧୯୬୯ ମସିହାରେ ସେ ଭାରତ ଗସ୍ତରେ ଆସିଥିଲେ। ସେହି ସମୟରେ ଭାରତ ଓ ନ୍ୟୁଜିଲାଣ୍ତ କ୍ରିକେଟ୍ ବିଶ୍ବର ଶ୍ରେଷ୍ଠ ଦଳ ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ତିଜ, ଇ˚ଲଣ୍ତର ପ୍ରାଧାନ୍ୟ ଯୋଗୁଁ ଦୃଶ୍ୟପଟରେ ବି ନଥିଲେ। କିନ୍ତୁ ଏବେ ସେ ସମୟରେ ଅନେକ ପରିବର୍ତ୍ତନ ଆସିଛି। ତଥାପି ଏଥିପାଇଁ ସେ କୌଣସି ଦଳର ଦକ୍ଷତା ଉପରେ ପ୍ରଶ୍ନ ଉଠାଇନାହାନ୍ତି, କାରଣ ପର୍ଯ୍ୟାୟକ୍ରମେ ଖେଳର ନୀତିନିୟମରେ ବି ପରିବର୍ତ୍ତନ ଆସିଥିବା ଟର୍ନର କହିଛନ୍ତି। ତାଙ୍କ ସମୟରେ ଉଭୟ ଦଳର ଖେଳାଳିଙ୍କର ପ୍ରତିପକ୍ଷଙ୍କ ପ୍ରତି ସମ୍ମାନ ଥିଲା। ଯାହାଦ୍ବାରା ପରସ୍ପର ସହ ବୁଝାମଣା ସହଜ ହୋଇଯାଉଥିଲା। ସୌଭାଗ୍ୟବସତଃ ୧୯୬୯ରୁ ବର୍ତ୍ତମାନ ମଧ୍ୟରେ ପାଖାପାଖି ୩୫ଥର ସେ ଭାରତକୁ ଆସିଛନ୍ତି ଏବ˚ ଏହି ସମୟରେ ମଧ୍ୟ ଭାରତୀୟ କ୍ରିକେଟ୍ରେ ଆସିଥିବା ପରିବର୍ତ୍ତନକୁ ସେ ପାଖରୁ ଅନୁଧ୍ୟାନ କରିପାରିଥିବା ଟର୍ନର ପ୍ରକାଶ କରିଛନ୍ତି।
କେବଳ ଏତିକି ନୁହେଁ, ଆନ୍ତର୍ଜାତିକ କ୍ରିକେଟ୍ରେ ବୋଲରମାନେ ସେମାନଙ୍କ ସ୍ତରରେ ଅବନତି ଆଣିଥିବା ଟର୍ନର କହିଛନ୍ତି। ବୋଲରମାନେ ତତ୍କ୍ଷଣାତ୍ ଫଳାଫଳ ପାଇବା ଅପେକ୍ଷାରେ ରହୁଛନ୍ତି। ଏହା ସେମାନଙ୍କ ଧୈର୍ଯ୍ୟ ଓ ସ୍ଥିରତାର ଅଭାବକୁ ଦର୍ଶାଉଛି। କିନ୍ତୁ ପୂର୍ବସମୟରେ ଯେଉଁଭଳି ବୋଲରମାନଙ୍କ ଆଭିମୁଖ୍ୟ ରହୁଥିଲା, ତାହା ଏଠାରେ ଦେଖିବାକୁ ମିଳୁନାହିଁ। ସେହିପରି କ୍ରିକେଟ୍ ଦୀର୍ଘ ବର୍ଷଧରି ଖେଳାଯାଉଥିବାରୁ ଏବେ ତାହା ସମାଜରେ ତାହାର ଛାପ ଛାଡ଼ୁଛି ଏବ˚ ଲୋକପ୍ରିୟ ହୋଇପାରିଛି। ତେବେ କ୍ରିକେଟ୍ ଏବେ ଖେଳ ଅପେକ୍ଷା ବ୍ୟବସାୟରେ ଅଧିକ ପରିଣତ ହେଇଯାଇଥିବା ଟର୍ନର କହିଛନ୍ତି। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ତ କ୍ରିକେଟ୍ରେ ମଧ୍ୟ ଅନେକ ପରିବର୍ତ୍ତନ ଆସିଥିବା ସେ ସ୍ବୀକାର କରିଛନ୍ତି। ଦଳର କିଛି ପ୍ରମୁଖ ଖେଳାଳିଙ୍କ ପାଇଁ ଏହା ସମ୍ଭବ ହୋଇଛି। ଏପରିକି ଆନ୍ତର୍ଜାତିକ ଖେଳର ପ୍ରସାରଣ ହେବାଦ୍ବାରା ଆୟ ବଢୁଥିବା ସେ କହିଛନ୍ତି। ଟର୍ନର ୧୯୬୪ରୁ ପ୍ରଥମ ଶ୍ରେଣୀ କ୍ରିକେଟ୍ ଆରମ୍ଭ କରିଥିଲା ବେଳେ ବ୍ୟାଟି˚ ଶୈଳୀ ଯୋଗୁଁ ତାଙ୍କ ସମୟର ମହାନ ଖେଳାଳି ହୋଇପାରିଥିଲେ। ୧୯୬୯ରୁ ୧୯୮୩ ମସିହା ମଧ୍ୟରେ ସେ ୪୧ଟି ଲେଖାଏ ଟେଷ୍ଟ୍ ଓ ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ସେଥିମଧ୍ୟରୁ ଟେଷ୍ଟ୍ରେ ୨୯୯୧ ଓ ଦିନିକିଆରୁ ୧୫୯୮ ରନ୍ ସ˚ଗ୍ରହ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/06/turner.jpg)