ନ୍ୟୁଜିଲାଣ୍ଡ ପହଂଚିଲା ଟିମ୍‌ ଇଣ୍ଡିଆ, ବିରାଟ-ଅନୁଷ୍କାଙ୍କୁ ସ୍ୱାଗତ ଜଣାଇଲେ ପ୍ରଶଂସକ

ଆକଲାଣ୍ଡ: ଅଷ୍ଟ୍ରେଲିଆରେ କଙ୍ଗାରୁ ଦଳକୁ ଟେଷ୍ଟ ଓ ଦିନିକିଆ ଶୃଙ୍ଖଳାରେ ପରାସ୍ତ କରିବା ପରେ ଟିମ୍‌ ଇଣ୍ଡିଆ ନ୍ୟୁଜିଲାଣ୍ଡରେ ପହଂଚିଛି। ଭାରତୀୟ ଟିମ୍‌ ରବିବାର ନ୍ୟୁଜିଲାଣ୍ଡର ଆକଲାଣ୍ଡରେ ପହଂଚିଛି। ଭାରତୀୟ ଟିମ୍‌ର ସଦସ୍ୟଙ୍କୁ ଦେଖିବା ପରେ ଏଠାକାର ପ୍ରଶଂସକମାନେ ଉଲ୍ଲସିତ ହୋଇଛନ୍ତି। ସେମାନେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଏବଂ ବିରାଟଙ୍କ ଧର୍ମପତ୍ନୀ ଅନୁଷ୍କା ଶର୍ମାଙ୍କୁ ନିଜ ଗହଣରେ ପାଇ ଅଧିକ ଖୁସି ଅନୁଭବ କରିଛନ୍ତି।

ନ୍ୟୁଜିଲାଣ୍ଡରେ ଭାରତର ରେକର୍ଡ

୧୯୭୫-୭୬: ନ୍ୟୁଜିଲାଣ୍ଡ ୨-୦ରେ ବିଜୟୀ
୧୯୮୦-୮୧: ନ୍ୟୁଜିଲାଣ୍ଡ ୨-୦ରେ ବିଜୟୀ
୧୯୯୩-୯୪: ଡ୍ର ୨-୨
୧୯୯୮-୯୯: ଡ୍ର ୨-୨
୨୦୦୨-୦୩: ନୁଜିଲାଣ୍ଡ ୫-୨ରେ ବିଜୟୀ
୨୦୦୮-୦୯: ଭାରତ ୩-୧ରେ ବିଜୟୀ
୨୦୧୩-୧୪: ନ୍ୟୁଜିଲାଣ୍ଡ ୪-୦ରେ ବିଜୟୀ

କୋହଲିଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ନ୍ୟୁଜିଲାଣ୍ଡ ଗସ୍ତରେ ୨୩  ଜାନୁଆରି ଠାରୁ ଦିନିକିଆ ଶୃଙ୍ଖଳା ଆରମ୍ଭ କରିବ। ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ୫ ଦିନିକିଆ ମ୍ୟାଚ ଏବଂ ୩ ମ୍ୟାଚ ଟି-୨୦ ଶୃଙ୍ଖଳା ଖେଳିବ। ଆକଲାଣ୍ଡ ବିମାନ ବନ୍ଦରରେ ପହଂଚିବା ପରେ ଟିମ ଇଣ୍ଡିଆକୁ ଭବ୍ୟ ସ୍ୱାଗତ ମିଳିଛି।

ବିମାନ ବନ୍ଦରରେ ବିରାଟ ଏବଂ ଅନୁଷ୍କାଙ୍କ ଦୁଇ ଜଣ କମ ବୟସର ପ୍ରଶଂସକ ଦେଖାଯାଇଥିଲେ। ଏଥିରୁ ଜଣେ ନିଜ ଟି-ସର୍ଟରେ ମୁଁ ଅନୁଷ୍କାଙ୍କ ପ୍ରଶଂସକ ଲେଖିଥିଲେ। ସେହିପରି ବାଳକ ପ୍ରଶଂସକଙ୍କ ସାର୍ଟରେ ମୁଁ ବିରାଟଙ୍କ ପ୍ରଶଂସକ ଉଲ୍ଲେଖ ଥିବା ଗଣମାଧ୍ୟମର ପ୍ରତିନିଧିଙ୍କ ସମ୍ମୁଖକୁ ଦୃଶ୍ୟମାନ ହୋଇଥିଲା।

ସମ୍ବନ୍ଧିତ ଖବର