ମୁମ୍ବାଇ : ଭାରତୀୟ କ୍ରିକେଟ୍ ଦଳର ଆୟର୍ଲାଣ୍ଡ ଗସ୍ତରେ ନିୟମିତ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ଙ୍କ ପରିବର୍ତ୍ତେ ଭିଭିଏସ୍ ଲକ୍ଷ୍ମଣ ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ବ ତୁଲାଇବେ। ଏବେ ତାଙ୍କୁ ସହାୟତା କରିବା ଲାଗି ଆଇ ତିନି ଜଣ ପ୍ରଶିକ୍ଷକଙ୍କୁ ଆୟର୍ଲାଣ୍ଡ ପଠାଇବାକୁ ନିଷ୍ପତ୍ତି ନେଇଛି ବିସିସିଆଇ। ସେମାନେ ହେଲେ ସିତାଂଶୁ କୋଟାକ, ସାଇରାଜ ବାହୁତୁଲେ ଓ ମନୀଷ ବାଲି। କୋଟାକ ଏହି ଶୃଙ୍ଖଳାରେ ଭାରତର ବ୍ୟାଟିଂ ପ୍ରଶିକ୍ଷକ ଏବଂ ବାହୁତୁଲେ ଓ ବାଲି ଯଥାକ୍ରମେ ବୋଲିଂ ଓ କ୍ଷେତ୍ରରକ୍ଷଣ ପ୍ରଶିକ୍ଷକ ଦାୟିତ୍ବ ତୁଲାଇବେ। କୋଟାକ ପୂର୍ବରୁ ଭାରତୀୟ ‘ଏ’ ଦଳର ପ୍ରଶିକ୍ଷକ ମଣ୍ଡଳିରେ ଥିଲେ। ଅନ୍ୟପକ୍ଷରେ ବାହୁତୁଲେ ଓ ବାଲି ୱେଷ୍ଟଇଣ୍ଡିଜ୍ରେ ଖେଳାଯାଇଥିବା ୧୯ ବର୍ଷରୁ କମ୍ ବିଶ୍ବକପ୍ ଦଳର ପ୍ରଶିକ୍ଷକ ଦାୟିତ୍ବ ତୁଲାଇଥିଲେ।
ଭାରତୀୟ କ୍ରିକେଟ୍ ଦଳର ଆୟର୍ଲାଣ୍ଡ ଗସ୍ତ: ଆୟର୍ଲାଣ୍ଡରେ କୋଟାକ, ବାହୁତୁଲେ ଓ ବାଲି ଲକ୍ଷ୍ମଣଙ୍କୁ ସହଯୋଗ କରିବେ
/sambad/media/post_attachments/wp-content/uploads/2022/06/ict.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)