ଭାରତୀୟ ମହିଳା ଟିମ୍‌ର ସଂଘର୍ଷ ବିଫଳ: ଶେଷ ଟି-୨୦ରେ ୧ ରନ୍‌ରେ ହାରିଲା, ୩-୦ରେ ଶୃଙ୍ଖଳା ଜିତିଲା ଇଂଲଣ୍ଡ

ଗୌହାଟୀ: ଅନ୍ତିମ ଟି-୨୦ରେ ମଧ୍ୟ ଭାରତୀୟ ମହିଳା କ୍ରିକେଟ ଟିମ୍‌ ପରାସ୍ତ ହୋଇଛି। ଦ୍ରୁତ ବୋଲର କେଟ୍‌ କ୍ରାସଙ୍କ ଦ୍ୱାରା ଶେଷ ଓଭରରେ କରାଯାଇଥିବା ଆକ୍ରମଣାତ୍ମକ ବୋଲିଂ ଯୋଗୁଁ ଇଂଲଣ୍ଡ ଟିମ୍‌ ଶନିବାର ଏଠାରେ ଖେଳାଯାଇଥିବା ତୃତୀୟ ତଥା ଶୃଙ୍ଖଳାର ଶେଷ ମ୍ୟାଚରେ ଭାରତକୁ ୧ ରନ୍‌ରେ ପରାସ୍ତ କରିଛି। ଏହି ବିଜୟର ସହିତ ଟିମ୍‌ ଶୃଙ୍ଖଳାକୁ ୩-୦ରେ ବିଜୟୀ ହୋଇଛି।

ଇଂଲଣ୍ଡ ପ୍ରଥମେ ବୋଲିଂ କରି ୬ ଓ୍ଵିକେଟ ହରାଇ ୧୧୯ ରନ ସ୍କୋର କରିଥିଲା ଏବଂ ଭାରତୀୟ ଟିମକୁ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ଵିକେଟ ନେଇ ୧୧୮ ରନ୍‌ରେ ଅଟକାଇଥିଲା।

ଇଂଲଣ୍ଡ ଠାରୁ ୧୨୦ ରନ ଲକ୍ଷ୍ୟ ମିଳିବା ପରେ ଭାରତୀୟ ଟିମ ୨ୟ ଇନିଂସ ବ୍ୟାଟିଂ କରିବାକୁ ଓହ୍ଲାଇଥିଲା। ଆୟୋଜକ ଟିମ ୧୦ ରନ୍‌ ମଧ୍ୟରେ ପ୍ରଥମ ଓ୍ଵିକେଟ ହରାଇଥିଲା। ମାତ୍ର ଏହା ପରେ ଅଧିନାୟିକା ସ୍ମୃତି ମାନ୍ଧାନା ୩୯ଟି ବଲ ଖେଳି ୮ ଚୌକା ଓ ଗୋଟିଏ ଛକା ମାରି ୫୮ ରନ୍‌ କରିଥିଲେ। ସେ ଟିମ୍‌କୁ ବିଜୟର ନିକଟତର କରାଇଥିଲେ। ମାନ୍ଧାନା ଟିମ୍‌ ସ୍କୋର ୮୭ ରନ୍‌ରେ ୩ୟ ଓ୍ଵିକେଟ ଭାବରେ ଆଉଟ୍‌ ହୋଇଥିଲେ। ସେ ଆଉଟ ହେବା ପରେ ଇନିଂସର ଦାୟିତ୍ୱ ନେଇଥିଲେ ମିତାଲି ରାଜ। ଭାରତକୁ ଶେଷ ଓଭରରେ ୩ ରନ୍‌ ଦରକାର ଥିବା ବେଳେ ଟିମ୍‌ କେବଳ ଗୋଟିଏ ରନ୍‌ କରିଥିଲା। ମିତାଲିଙ୍କୁ ଶେଷ ଓଭରରେ ଷ୍ଟ୍ରାଇକ୍‌ ମିଳିପାରି ନଥିଲା। ଏହା ମଧ୍ୟ ଭାରତ ହାରିବାର ଅନ୍ୟତମ କାରଣ ଥିଲା।

ସମ୍ବନ୍ଧିତ ଖବର