ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର୍ ଅକ୍ଷର ପଟେଲଙ୍କ ପାଇଁ ଗୁରୁବାର ଦୁଇଗଣା ଖୁସୀ ଭରିଦେଇଛି। ଏହି ସ୍ପିନ୍ ଅଲ୍ରାଉଣ୍ଡର ଜାନୁଆରି ୨୧ (ଶୁକ୍ରବାର) ତାରିଖ ଦିନ ୨୮ ବର୍ଷରେ ପଦାର୍ପଣ କରିଛନ୍ତି। ତେବେ ନିଜର ଜନ୍ମ ଦିବସରେ ଅକ୍ଷର ତାଙ୍କ ବାନ୍ଧବୀ ମେହାଙ୍କ ସହ ସେହିଦିନ ନିର୍ବନ୍ଧ କାର୍ଯ୍ୟ ସଂପନ୍ନ କରିଛନ୍ତି। ବାନ୍ଧବୀ ତଥା ଭାବି ପତ୍ନୀ ମେହାଙ୍କୁ ମୁଦି ପିନ୍ଧାଉଥିବାର ଫଟୋକୁ ଅକ୍ଷର ନିଜ ଟ୍ବିଟର ହ୍ୟାଣ୍ଡଲ୍ରେ ସେୟାର କରି ଏହା ତାଙ୍କ ପାଇଁ ସ୍ବତନ୍ତ୍ର ଦିନ ବୋଲି ଲେଖିଛନ୍ତି। ‘‘ଆଜି ଆମ ଜୀବନର ନୂଆ ଆରମ୍ଭ। ଏକାଠି ସବୁଦିନ ପାଇଁ ରହିବୁ’’। ଶେଷ ଜୀବନ ପର୍ଯ୍ୟନ୍ତ ପ୍ରେମ ଓ ଭଲପାଇବା ଜାରି ରହିବ ବୋଲି ନିଜ ନିର୍ବନ୍ଧ ଫଟୋ ସହ ଅକ୍ଷର ଟ୍ବିଟ୍ କରିଛନ୍ତି।
ଭାରତୀୟ କ୍ରିକେଟର୍ ଅକ୍ଷରଙ୍କ ନିର୍ବନ୍ଧ
/sambad/media/post_attachments/wp-content/uploads/2022/01/sf56h46sf5h4hsf654fhs65fhh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)