ମାଲିଙ୍ଗାଙ୍କୁ ଭାରତୀୟ କ୍ରିକେଟର୍‌ଙ୍କ ଶୁଭେଚ୍ଛା, ସାରାଜୀବନ ମାଲିଙ୍ଗାଙ୍କୁ ପ୍ରଶ˚ସା କରିବି: ବୁମ୍‌ରା

ନୂଆଦିଲ୍ଲୀ: ଶ୍ରୀଲଙ୍କାର ଦ୍ରୁତ ବୋଲର ଲାସିଥ ମାଲିଙ୍ଗା ଆନ୍ତର୍ଜାତିକ ଏକଦିବସୀୟ କ୍ରିକେଟ୍‌କୁ ଅଲ୍‌ବିଦା କରିସାରିଛନ୍ତି। ତେବେ କ୍ରିକେଟ୍‌କୁ ତାଙ୍କ ଅବଦାନ ପାଇଁ ଭାରତୀୟ ସ୍ପିଡଷ୍ଟାର ଯଶପ୍ରୀତ ବୁମ୍‌ରା ମାଲିଙ୍ଗାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଉଭୟ ବୁମ୍‌ରା ଓ ମାଲିଙ୍ଗା ଆଇପିଏଲ୍‌ ଦଳ ମୁମ୍ବାଇ ଇଣ୍ତିଆନ୍ସରେ ଏକାଠି ଖେଳିଆସୁଥିଲେ। ସେବେଠାରୁ ମାଲିଙ୍ଗା ତାଙ୍କୁ ବେଶ୍‌ ପ୍ରଭାବିତ କରିଥିବା ବୁମ୍‌ରା କହିଛନ୍ତି। ଯେଉଁଥିପାଇଁ ସେ ସାରାଜୀବନ ମାଲିଙ୍ଗାକୁ ପ୍ରଶ˚ସା କରିବେ ବୋଲି ଏହି ଭାରତୀୟ ଶେଷ ଓଭର ବିଶେଷଜ୍ଞ ବୋଲର ତାଙ୍କ ଟ୍ବିଟର ପୃଷ୍ଠାରେ କହିଛନ୍ତି। ମୁମ୍ବାଇ ଇଣ୍ତିଆନ୍ସର ଅଧିନାୟକ ରୋହିତ ଶର୍ମା ମଧ୍ୟ ମାଲିଙ୍ଗାଙ୍କୁ ଦଳର ବଡ ମ୍ୟାଚ୍‌ ବିଜେତା ଭାବେ ସମ୍ବୋଧିତ କରିଛନ୍ତି। ବିଗତ ଦଶନ୍ଧି ମଧ୍ୟରେ ଅନେକଙ୍କ ମଧ୍ୟରୁ ଯଦି ଜଣେ ମ୍ୟାଚ୍‌ ବିଜେତାଙ୍କୁ ବାଛିବାକୁ କୁହାଯାଏ, ତାହେଲେ ମାଲିଙ୍ଗା ଶୀର୍ଷରେ ରହିବେ। ଦଳରେ ଥିବାବେଳେ ଚାପ ସ୍ଥିତିରେ ତାଙ୍କର ଉପସ୍ଥିତି ମୋତେ ଆଶ୍ବସ୍ତି ଦେଇଥାଏ ଏବ˚ କେବେ ବି ଏଭଳି ପରିସ୍ଥିତିରେ ବୋଲି˚ କରିବାରେ ସେ ବିଫଳ ହୋଇନଥିବା ରୋହିତ ଟ୍ବିଟ କରିବା ସହ ମାଲିଙ୍ଗାଙ୍କୁ ତାଙ୍କ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ମଧ୍ୟ ମାଲିଙ୍ଗାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେହିଭଳି ଜାଜ୍ଜୁଲ୍ୟମାନ ଦିନିକିଆ କ୍ରିକେଟ ଜୀବନୀ ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମାଲିଙ୍ଗା ତାଙ୍କର ଶେଷ ଦିନିକିଆରେ ୯.୪ ଓଭର ବୋଲି˚ କରବା ସହ ୩୮ ରନ୍‌ ବିନିମୟରେ ୩ ଵିକେଟ୍‌ ଅକ୍ତିଆର କରିଥିଲେ। ଶ୍ରୀଲଙ୍କା ପାଇଁ ସେ ୩୨୯ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳି ୫୩୬ ଵିକେଟ ପାଇଛନ୍ତି। ତାଙ୍କର ୧୫ ବର୍ଷର ଲମ୍ବା କ୍ରିକେଟ୍‌ ଜୀବନୀରେ ମାଲିଙ୍ଗାଙ୍କ ବୋଲି˚ ଦକ୍ଷତା ବାଦ୍‌ ଅଜବ ଢଙ୍ଗର ବୋଲି˚ ଶୈଳୀ ଓ କେଶ ସଜ୍ଜା ସବୁବେଳେ ଚର୍ଚ୍ଚାରେ ରହୁଥିଲା। ଏବେ ବି ମାଲିଙ୍ଗାଙ୍କର ପାଦ ମୂଳରେ ଛିଣ୍ତୁଥିବା ୟର୍କର ଏବ˚ ସମାନ ରନ୍‌ ଅପ୍‌ ଓ ବୋଲି˚ ଆକ୍ସନ୍‌ରେ ଧୀମା ବଲ୍‌ ପକାଇବା କୌଶଳକୁ ବୁଝିବା ଅନେକ ବ୍ୟାଟ୍ସମ୍ୟାନଙ୍କ ପାଇଁ ରହସ୍ୟ ହୋଇ ରହିଯାଇଛି। ଏହି ୩୫ ବର୍ଷିୟ ବୋଲର ଅଷ୍ଟ୍ରେଲିଆ ବିପକ୍ଷରେ ୨୦୦୪ରେ ଟେଷ୍ଟ ପଦାର୍ପଣ କରିଥିଲେ। ସେହିବର୍ଷ ଦାମ୍ବୁଲାଠାରେ ୟୁଏଇ ବିପକ୍ଷରେ ଦିନିକିଆ ପଦାର୍ପଣ ମଧ୍ୟ କରିଥିଲେ। ସାଉଥାମ୍ପଟନ୍‌ରେ ଇ˚ଲଣ୍ତ ବିପକ୍ଷରେ ମାଲିଙ୍ଗା ପ୍ରଥମ ଆନ୍ତର୍ଜାତିକ ଟି୨୦ ଖେଳିଥିଲେ। ନିକଟରେ ଶେଷ ହୋଇଥିବା ଦିନିକିଆ ବିଶ୍ବକପ୍‌ରେ ୭ମ୍ୟାଚ୍‌ରୁ ୧୩ ଵିକେଟ୍‌ ନେଇ ମାଲିଙ୍ଗା ଶ୍ରୀଲଙ୍କା ପାଇଁ ସର୍ବାଧିକ ଵିକେଟ ହାସଲକାରୀ ହୋଇପାରିଥିଲେ। ସେ ବିଶ୍ବରେ ଏକମାତ୍ର ବୋଲର ଭାବେ ଦିନିକିଆରେ ତିନିଟି ହ୍ୟାଟ୍ରିକ ପାଇଛନ୍ତି। ଦୁବାଇରେ ପାକିସ୍ତାନ ବିପକ୍ଷରେ ଖେଳି ଦିନିକିଆ ମାନ୍ୟତାରେ ସେ ୨୦୧୧ରେ ଶ୍ରେଷ୍ଠ ସପ୍ତମ ସ୍ଥାନକୁ ଉଠିଥିଲେ। ସେହିବର୍ଷ ସେ ଟେଷ୍ଟ କ୍ରିକେଟ୍‌ରୁ ଅବସର ନେଇଥିଲେ ବି ଦିନିକିଆ ଓ ଟି୨୦ ଖେଳିବା ଜାରି ରଖିଥିଲେ।

ସମ୍ବନ୍ଧିତ ଖବର