‘୧୦,୦୦୦ ଘଣ୍ଟିଆ ନୀତିରେ ଭାରତୀୟ କ୍ରିକେଟର୍‌’

ଭାରତୀୟ ଖେଳାଳି ଅଧିକ ଦୃଢ଼ତାରେ ଫେରିବେ: ଶ୍ରୀଧର

ନୂଆଦିଲ୍ଲୀ: କ୍ରିକେଟ୍‌ ପଡିଆରେ ବ୍ୟାଟିଂ ଓ ବୋଲିଂ ଭଳି କ୍ଷେତ୍ରଣକ୍ଷଣ ବି ଏକ ଉପଭୋଗ୍ୟ ଅଂଶ। ବିଶେଷ କରି ବ୍ୟସ୍ତବହୁଳ ଖେଳସୂଚୀ ଏବଂ ୩ ଫର୍ମାଟର ଚାହିଦା କାରଣରୁ କ୍ଷେତ୍ରରକ୍ଷଣ ଥ୍ରୀ-ଡି ଯୁଗର ଗୁରୁତ୍ବ ବଢ଼ାଇଛି। ‌କ୍ଷେତ୍ରରକ୍ଷଣ ଦୁନିଆ ଫିଟ୍‌ନେସ‌୍‌, ଫୁର୍ତ୍ତି, ଖେଳକୁଦ, ନମନୀୟତା, ହସ୍ତ-ଚକ୍ଷୁ ସମନ୍ବୟ ଏବଂ ଶାଣିତ ମାନସିକତାର ଆବଶ୍ୟକତା ରଖିଥାଏ। ଭାରତୀୟ କ୍ରିକେଟ୍‌ ଖେଳାଳିଙ୍କ ଏସବୁ କାମକୁ କରିଥାନ୍ତି ଦଳର କ୍ଷେତ୍ରରକ୍ଷକ ପ୍ରଶିକ୍ଷକ ଶ୍ରୀଧର। କୋଭିଡ୍‌-୧୯ ମହାମାରୀ ପାଇଁ କ୍ରୀଡ଼ା ଦୁନିଆ ସ୍ଥାଣୁ ପାଲଟିଯାଇଥିବା ବେଳେ ପ୍ରତ୍ୟାବର୍ତନ ପରେ ଏହାକୁ ବଜାୟ ରଖିବାର ଆହ୍ବାନ ଆସିବ। ୨୦୧୪ ମସିହାରୁ ଦଳର ଦାୟିତ୍ବରେ ଥିବା ଶ୍ରୀଧରଙ୍କ ବିଶ୍ବାସ ବିଶ୍ବ କ୍ରିକେଟ୍‌ରେ ବି ଭାରତୀୟଙ୍କ ଫିଟନେସ୍‌ ସ୍ତର ପୂର୍ବଭଳି ଦୃଢ଼ତା ଓ ତୀବ୍ରତାକୁ ଉଚ୍ଚ ସୋପାନକୁ ନେଇପାରିବେ। ବର୍ତମାନର ପରିସ୍ଥିତିରେ ଉନ୍ନତି ନ ଆସିଲେ ନିଶ୍ଚିତ କ୍ରିକେଟ୍‌ରେ ଶୂନ୍ୟତା ଦେଖାଦେବ। କିନ୍ତୁ ମୁଁ ସବୁବେଳେ ପ୍ରତିକୂଳ ପରିସ୍ଥିତିରେ ସୁଯୋଗର ସନ୍ଧାନ ପାଇଥାଏ। ଖେଳାଳିମାନେ ନିଜ ଶାରୀରିକ ସୁସ୍ଥତା ନେଇ ସଚେତନ ଓ ଭୋକିଲା ଅଛନ୍ତି। ତେଣୁ କ୍ରିକେଟ୍‌ ଫେରିଲେ ନିଶ୍ଚିତ ସେମାନେ ଖୁସିର ସହ ଅଧିକ ଉନ୍ନତ ପ୍ରଦର୍ଶନ କରିପାରିବେ। ପ୍ରାୟ ୨ ମାସ ଧରି କ୍ରିକେଟ୍‌ ବନ୍ଦ ରହିଥିବାରୁ ମୁଁ ଖେଳାଳିଙ୍କ ସମ୍ପର୍କରେ ରହିଛି। ସେମାନଙ୍କୁ ଯଥାରୀତି ଜିମ୍‌ ସାରଣୀ ପ୍ରଦାନ କରାଯିବା ସହିତ ପୃଷ୍ଟିକର ଖାଦ୍ୟର ଉପଦେଶ ମଧ୍ୟ ଦିଆଯାଇଛି। ଘରେ ରହିବା ବେଳେ ଶାରୀରିକ ଓ ମାନସିକ ଦୃଢ଼ତାକୁ ଅଗ୍ରାଧିକାର ଦିଆଯାଇଛି। ଖେଳାଳିମାନଙ୍କୁ ଭଲ ଭାବରେ ଜଣା ବିରତିରୁ ଫେରିବା ପରେ କିଭଳି ଅଭ୍ୟାସ କରିବାକୁ ପଡିବ। ଏହା ଛଡ଼ା ଘରେ ରହି ମଧ୍ୟ ସେମାନେ ଅଭ୍ୟାସଗତ ୧୦,୦୦୦ ଘଣ୍ଟିଆ ନୀତିକୁ ବି ଅନୁସରଣ କରିପାରିବେ। ଏହା ସେମାନେ ପୂର୍ବରୁ ବହୁବାର କରିଛନ୍ତି ଓ ବଡ ପ୍ରସଙ୍ଗ ନୁହେଁ। ଏବେ ଏହା ପୂର୍ବଠାରୁ ଅଧିକ ଉନ୍ନତ ଭାବେ କରାଯାଇପାରିବ।

ଏବେ ଦଳ ବିରତିରୁ ଫେରି ପ୍ରଥମେ କେଉଁ ଫର୍ମାଟରେ ଖେଳିବା ଉପରେ କ୍ଷେତ୍ରରକ୍ଷଣର ତୀବ୍ରତା ନିର୍ଭର କରିବ। ମୁଁ ମୋ ଖେଳାଳିମାନଙ୍କୁ ଭଲ ଭାବେ ଜାଣିଛି ସେମାନେ ଉତ୍ସାହର ସହ ଏହାକୁ କରିପାରିବେ। ହାର୍ଦିକ ପାଣ୍ଡ୍ୟାଙ୍କ ଭଳି ଖେଳାଳିଙ୍କୁ ଯେଉଁ ଦକ୍ଷତା ବତାଇଲେ ବି ସେ କରିପାରନ୍ତି। ଆଥ୍‌ଲେଟିକ୍ ନ ଥିବା ଖେଳାଳିଙ୍କ ପାଇଁ ନିଶ୍ଚିତ ଏହା ଆହ୍ବାନ ଆଣିବ। ବିରାଟ କୋହଲି ଏବଂ ରବୀନ୍ଦ୍ର ଜାଦେଜାଙ୍କ ଭଳି ଖେଳାଳି ତୁରନ୍ତ ଫିଟନେସ୍‌ ସ୍ତରକୁ ଚାଲି ଆସିବେ କି? ବୋଲି ପ୍ରଶ୍ନ ହେବାରୁ ଶ୍ରୀଧର କହିଥିଲେ, ‘ବାସ୍ତବରେ ଜାଦେଜାଙ୍କ ଭଳି ଖେଳାଳିଙ୍କୁ କ୍ଷେତ୍ରରକ୍ଷକ ପ୍ରଶିକ୍ଷକଙ୍କର ଆବଶ୍ୟକତା ନାହିଁ। ଆଉ ବିରାଟ କୋହଲିଙ୍କୁ ତ ମୋତେ ‘ଦୟାକରି ବନ୍ଦ ରଖ’ କହିବାକୁ ପଡେ। ୱିକେଟରକ୍ଷକଙ୍କ ପାଇଁ ହସ୍ତ-ଚକ୍ଷୁ ସମନ୍ବୟର ଅଧିକ ଅଭ୍ୟାସ ଆବଶ୍ୟକ ପଡ଼ିଥାଏ। ସେମାନଙ୍କ ପାଇ ଆବଶ୍ୟକ ସ୍ବତନ୍ତ୍ର କୌଶଳ ବିଷୟରେ ଜଣାଇ ଦେଇଛି। କେଏଲ୍ ରାହୁଲଙ୍କ ସହ ମୁଁ କଥା ହୋଇ ଘର ପାଇଁ କିଛି କାର୍ଯ୍ୟକ୍ରମ ମଧ୍ୟ ସୁପାରିସ କରିଛି। ୨୦୦୫ ମସିହାର ଏକ କଥା ଯଦି ମନେ ପକାଇ ଦେବି ତେବେ ଜାଣିବେ ରାହୁଲ ଆଦୌ ଜଣେ ସାମୟିକ ୱିକେଟରକ୍ଷକ ନୁହଁନ୍ତି। କର୍ଣ୍ଣାଟକ-ହାଇଦ୍ରାବାଦ ବିଜୟ ମର୍ଚାଣ୍ଟ ଟ୍ରଫି ମ୍ୟାଚ୍‌ରୁ ମୁଁ ‌ଏହା ଜାଣିଛି। ସାମ୍ପ୍ରତିକ ପରିସ୍ଥିତି କଥା ଦେଖିଲେ ଆମର ଅଧିକାଂଶ ଖେଳାଳିଙ୍କ ପାଖରେ କୃତଜ୍ଞତାର ଭାବନା ଅଛି। ସେମାନେ ବହୁତ ଦୟାଳୁ ଏବଂ କେଉଁଠାରେ ଅଛନ୍ତି ଜାଣିଛନ୍ତି। ଏହି ବିରତି ସେମାନଙ୍କୁ ନିଜକୁ ଦେଖିବାର ସୁଯୋଗ ଦେଇଛି। କ୍ରିକେଟ୍ ଜୀବନର ଏକ ଅଂଶ ବୋଲି ବୁଝିବାକୁ ବି ଅବସର ଆଣି ଦେଇଛି। ଏହା ମୋ ପାଇଁ ବଡ଼ ଫାଇଦା ଆଣିଦେବ। ପଡିଆକୁ ଫେରିଲେ ସେମାନେ ଚାପକୁ ନିୟନ୍ତ୍ରଣ କରିବାର ଭିନ୍ନ ଉପାୟ ପାଇଯିବେ। ସାମ୍ପ୍ରତିକ ସଙ୍କଟ ପରେ ନିଶ୍ଚିତ ସମସ୍ତେ ଅଧିକ ଦୃଢ଼ ଉଭା ହେବେ। ସୌଭାଗ୍ୟର କଥା ଭାରତରେ କୌଣସି କ୍ରୀଡ଼ାବିତ୍‌ କୋଭିଡ୍‌-୧୯ରେ ପଜିଟିଭ୍ ଆସିନାହାନ୍ତି ବୋଲି ଶ୍ରୀଧର ଶେଷରେ ଆଶ୍ବସ୍ତିର ସହ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର

Comments are closed.