ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ବିଶ୍ବ କ୍ରିକେଟର ଅନ୍ୟତମ ସର୍ବକାଳୀନ ଶ୍ରେଷ୍ଠ କ୍ରିକେଟ ଖେଳାଳିର ମାନ୍ୟତା ଦିଆଯାଏ । ତାଙ୍କ ଅଧିନାୟକତ୍ବ ସମୟରେ ଭାରତୀୟ କ୍ରିକେଟ ସଫଳତାର ଶିଖର ଛୁଇଁଥିଲା । ସେ ଅଗଷ୍ଟ ୧୫, ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ସହ ଏକ ଯୁଗର ଅନ୍ତ ହୋଇଥିଲା । ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ବି ଚେନ୍ନାଇ ସୁପର କିଙ୍ଗସ ପାଇଁ ଅଧିନାୟକତ୍ବ କରୁଛନ୍ତି ଧୋନି। ତେବେ କ୍ରିକେଟକୁ ବହୁତ ପସନ୍ଦ କରୁଥିବା ଧୋନି ବାଇକ୍ ଚଳାଇବାକୁ ମଧ୍ୟ ଖୁବ ପସନ୍ଦ କରନ୍ତି।

Advertisment

ତାଙ୍କ ପାଖରେ ଅନେକ ବିଳାସପୂର୍ଣ୍ଣ କାର୍ ସହିତ ବାଇକ୍ ମଧ୍ୟ ରହିଛି। ଏବେ ଧୋନି ନିଜ ବାଇକ୍ ପାଇଁ ଏକ ବଡ଼ ଗ୍ୟାରେଜ୍ କରିଛନ୍ତି। ଏହାର ଏକ ଭିଡିଓ ମଧ୍ୟ ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଏକ ଗ୍ଲାସ୍ ଗ୍ୟାରେଜ୍ ମଧ୍ୟରେ ଭିନ୍ନ ଭିନ୍ନ ପ୍ରକାରର ବାଇକ୍ ରଖାଯାଇଥିବା ଦେଖିବାକୁ ମିଳିଛି।

ଗୋଟେ କି ଦୁଇଟି ନୁହେଁ ଏକାଧିକ ବାଇକ୍ ଗ୍ୟାରେଜରେ ରଖାଯାଇଥିବା ଦେଖାଯାଇଛି। ଧୋନି ଆରମ୍ଭରୁ ଏପର୍ଯ୍ୟନ୍ତ ଚଳାଇଥିବା ସମସ୍ତ ବାଇକ୍ ଗ୍ୟାରେଜ‌ରେ ରଖାଯାଇଥିବା ଭିଡିଓରେ ଦେଖିବାକୁ ମିଳିଛି। ଅନେକ ସମୟରେ ଧୋନି ବାଇକ୍ ଚଳାଇ ଦୂର ସ୍ଥାନକୁ ଯାଉଥିବାର ଦେଖିବାକୁ ମିଳେ। କାର୍ ଅପେକ୍ଷା ତାଙ୍କ ପାଖରେ ଅଧିକ ବାଇକ୍ ରହିଛି, ଯାହା ଆପଣ ଭିଡିଓ ଦେଖି ଜାଣିପାରୁଥିବେ।